ଆସନ୍ତାକାଲି ରାଜସ୍ଥାନ-ହରିୟାଣା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, “ବୀମା ସଖୀ ଯୋଜନା”ର କରିବେ ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରାଜସ୍ଥାନ ଓ ହରିୟାଣା ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଜୟପୁର ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ "ଜାଗ୍ରତ ରାଜସ୍ଥାନ ବିଶ୍ୱ ସମ୍ମିଳନୀ୨୦୨୪"ର ଉଦ୍ଘାଟନ କରି ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ପାନିପଥ୍ଠାରେ "ବୀମା ସଖୀ ଯୋଜନା"ର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି।

ମାଟ୍ରିକ୍ ପାସ୍ କରିଥିବା ୧୮ରୁ ୭୦ ବର୍ଷ ବୟସର ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ହରିୟାଣାର କର୍ଣ୍ଣାଲ୍ଠାରେ ଥିବା ମହାରାଣାପ୍ରତାପ ହର୍ଟିକଲଚର ୟୁନିଭର୍ସିଟିର ମୁଖ୍ୟ କ୍ୟାମ୍ପସର ଶିଳାନ୍ୟାସ କରିବେ। ଏହି ବିଶ୍ୱବିଦ୍ୟାଳୟ ଅଧିନରେ ଉଦ୍ୟାନକୃଷିର ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ ନିମନ୍ତେ ବ୍ୟବସ୍ଥା ରହିଛି।












Click it and Unblock the Notifications