ଆଜି ପ୍ରୟାଗରାଜ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
PM Modi To Visit Prayagraj Today: ଆଜି ପ୍ରୟାଗରାଜ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ଏହି ଗସ୍ତର ସମୟରେ ପ୍ରାୟ ୫,୫୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ପ୍ରଧାନମନ୍ତ୍ରୀ । ସେହିପରି କୁମ୍ଭମେଳା ପାଇଁ ବିକାଶମୂଳକ କାର୍ଯ୍ୟରେ ସମୀକ୍ଷା କରିବା ସବ କୁମ୍ଭ 'ସହାୟକ' ଚାଟବଟ୍ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ସଙ୍ଗମ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ । ପରେ ଅକ୍ଷୟ ବଟବୃକ୍ଷ ନିକଟରେ ପୂଜାର୍ଚ୍ଚନା କରିବେ ମୋଦି । ଏହାପରେମୋଦି ହନୁମାନ ମନ୍ଦିର ଓ ସରସ୍ୱତୀ କୂଅକୁ ଯାଇ ପୂଜାର୍ଚ୍ଚନା କରିବେ ।
ଦିନ ୧.୩୦ରେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ୫୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯେଉଁଥିରେ ରେଳ, ସଡକ, ବିଦ୍ୟୁତ, ପାନୀୟଜଳ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଏକାଧିକ ପ୍ରକଳ୍ପ ରହିଛି ।












Click it and Unblock the Notifications