ଭାରତୀୟ ମୋବାଇଲ କଂଗ୍ରେସ (IMC) ୨୦୨୩କୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣକୁ ଅକ୍ଟୋବର 27, 2023 ଦିନ ପୂର୍ବାହ୍ନ 9.45 ମିନିଟରେ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ 100ଟି ୫-ଜି ୟୁଜିକେସ ଲାବ୍ ପାଇଁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରିବେ । ଏହି ପରୀକ୍ଷାଗାରଗୁଡ଼ିକ 100 ୫-ଜି ଲାବ୍ ଇନିସିଏଟିଭ୍ ଅଧୀନରେ ବିକଶିତ ହୋଇଛି।

'100 ୫-ଜି ଲାବ୍ ଇନିସିଏଟିଭ' ୫-ଜି ପ୍ରଯୁକ୍ତିବିଦ୍ୟା ସହ ସଂଶ୍ଳିଷ୍ଟ ବିଷୟକୁ ବୁଝିବା ଓ 5-ଜି ପ୍ରୟୋଗ ଦ୍ବାରା ବିଭିନ୍ନ ପଦ୍ଧତିର ଦେଶ ଓ ଦେଶ ବାହାରେ ପ୍ରୟୋଗ ଆବଶ୍ୟକତା ପୂରଣ ନିମନ୍ତେ ଉଦ୍ଦିଷ୍ଟ । ଏହି ଅନନ୍ୟ ପଦକ୍ଷେପ ଯୋଗୁ ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ଶକ୍ତି, ପରିବହନ ଇତ୍ୟାଦି ସାମାଜିକ ଓ ଅର୍ଥନୀତିକ କ୍ଷେତ୍ରରେ ନବୋନ୍ମେଷ ଆଣିବା ସହ ଦେଶକୁ ୫-ଜି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଅଗ୍ରଣୀ କରାଇବ ।

narendra_modi

ଏହା ମଧ୍ୟ ଦେଶକୁ ଆଗାମୀ ୬-ଜି ଶିକ୍ଷା ଓ ଷ୍ଟାର୍ଟଅପ ବାତାବରଣର ଭିତ୍ତିଭୂମି ନିର୍ମାଣ ଦିଗରେ ସାହାଯ୍ୟ କରିବ । ଏହା ମଧ୍ୟ ଜାତୀୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଦେଶୀୟ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟାର ମଧ୍ୟ ବିକାଶ ଘଟାଇବ । ଭାରତୀୟ ମୋବାଇଲ କଂଗ୍ରେସ (IMC) ଏସିଆର ସର୍ବବୃହତ ଦୂରସଞ୍ଚାର, ଗଣମାଧ୍ୟମ ଓ ପ୍ରଯୁକ୍ତି ମଞ୍ଚ ହୋଇଥିବା ବେଳେ ଏହି ସମ୍ମିଳନୀ ଅକ୍ଟୋବର 27ରୁ 29, 2023 ପର୍ଯ୍ୟନ୍ତ ଚାଲିବ । ଭାରତର ଦୂରସଞ୍ଚାର ଓ ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସମ୍ପର୍କରେ ଏଥିରେ ଆଲୋକପାତ କରାଯିବ ଓ ଏହା ଷ୍ଟାର୍ଟଅପଗୁଡ଼ିକୁ ସେମାନଙ୍କ ନବୋନ୍ମେଷଜନିତ ଉତ୍ପାଦନ ଓ ସମାଧାନ ଦିଗରେ ମଧ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ ।

ବୈଶ୍ବିକ ଡିଜିଟାଲ ନବୋନ୍ମେଷ ବାର୍ତ୍ତା ସହ IMC 2023 ନିର୍ମାଣକର୍ତ୍ତା, ବିକାଶକର୍ତ୍ତା ଓ ରପ୍ତାନୀକାରୀ ଭାବେ ଭାରତର ସ୍ଥିତିକୁ ମଜଭୁତ କରିବା ଲକ୍ଷ୍ୟ ରଖଛି। ଏହି ତିନିଦିନିଆ ଅଧିବେଶନ ୫-ଜି, ୬-ଜି, କୃତ୍ରିମ ମେଧା (AI) ଉପରେ ଆଲୋକପାତ କରିବା ସହ ସେମି କଣ୍ଡକ୍ଟର ଶିଳ୍ପ, ସବୁଜ ପ୍ରଯୁକ୍ତି, ସାଇବର ସୁରକ୍ଷା ଇତ୍ୟାଦି ବିଷୟରେ ମଧ୍ୟ ଆଲୋଚନା କରିବ।

ଚଳିତବର୍ଷ IMC 'ଆସପାୟାର' ନାମକ ଏକ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରୁଛି । ଏହା ଷ୍ଟାର୍ଟଅପ, ନିବେଶକ ଓ ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ମଧ୍ୟରେ ସଂଯୋଗ ସ୍ଥାପନ କରିବା ସହ ନୂତନ ଔଦ୍ୟୋଗିକ ପଦକ୍ଷେପ ଓ ସହଯୋଗକୁ ତ୍ବରାନ୍ବିତ କରିବ ।

IMC 2023ରେ ପ୍ରାୟ 22ଟି ଦେଶରୁ ଏକ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେବେ । ସେମାନଙ୍କ ମଧ୍ୟରେ 5000 ସିଇଓସ୍ତରୀୟ ପ୍ରତିନିଧି, 230 ପ୍ରଦର୍ଶନକାରୀ, 400 ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସହଯୋଗୀଗଣ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+