ରାମ ମନ୍ଦିର ଶିଖରରେ ୨୧ ଫୁଟ ଧର୍ମ ଧ୍ୱଜା ବାନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥି ମଧ୍ୟରେ ଏକ ଐତିହାସିକ କ୍ଷଣ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ଶିଖରରେ ୨୧ ଫୁଟ ଦୀର୍ଘ ଧର୍ମ ଧ୍ୱଜା ବାନ୍ଧିବେ। ଏହି ଧ୍ୱଜାରୋହଣ ସମାରୋହ ସହିତ ମନ୍ଦିରର ନିର୍ମାଣ କାର୍ଯ୍ୟ ଅଧିକାରୀକ ରୂପେ ଶେଷ ହେବ। ଏହି କାର୍ଯ୍ୟକ୍ରମ ରାମ ବିବାହ ପଞ୍ଚମୀର ଶୁଭ ଅବସରରେ ଆୟୋଜନ କରାଯିବ।

modi

ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ମନ୍ଦିରର ମୁଖ୍ୟ ନିର୍ମାଣ ପାଖାପାଖି ଶେଷ ହୋଇଗଲାଣି। ବାହାର କାନ୍ଥର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଶେଷାବତାର ମନ୍ଦିର, ସପ୍ତ ମଣ୍ଡପମ ଓ ପବିତ୍ର ସରୋବର କାର୍ଯ୍ୟ ପୂର୍ଣ୍ଣ ହୋଇଛି। ଏବେ ଭକ୍ତଙ୍କ ଜୋତା ରଖିବା ସ୍ଥାନର ନିର୍ମାଣ ହେଉଛି ଯାହା ନଭେମ୍ବର ମାସ ବେଳକୁ ଶେଷ ହୋଇଯିବ।

ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ୫-୬ ବର୍ଷ କାମ କରିଛି। ଏଣୁ ଏହି ମନ୍ଦିର ବିବାଦ ସମାଧାନ ଓ ମନ୍ଦିର ନିମନ୍ତେ ଭୂମି ସୁନିଶ୍ଚିତ କରିବାରେ ତାଙ୍କ ଭୂମିକା ସମ୍ପର୍କରେ ମୁଁ ଜାଣିଛି। ଯେପରି ବିଚାର ପ୍ରକ୍ରିୟା ସୁଚାରୁ ରୂପେ ଚାଲୁ ଓ ମନ୍ଦିର ନିର୍ମାଣରେ କୌଣସି ବିଳମ୍ବ ନ ହୁଏ ସେ ପ୍ରତ୍ୟେକ ନିର୍ଣ୍ଣୟ ଉପରେ ଧ୍ୟାନ ଦେଇଥିଲେ । ତେବେ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣର ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ୨୧ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ୫ ଦିବସୀୟ ବୈଦିକ ଅନୁଷ୍ଠାନ ହେବ। ଏଥିରେ ଅଯୋଧ୍ୟା ଓ କାଶୀର ବିଦ୍ୱାନ ସନ୍ଥ ଓ ପୁରୋହୀତ ଯୋଗ ଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+