ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦୁଇଦିନିଆ ଆସାମ ଗସ୍ତରେ ଯିବେ । ସେଠାରେ ଶ୍ରୀ ମୋଦୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣରେ କୋକ୍ରାଝରରେ ପ୍ରଧାନମନ୍ତ୍ରୀ ରେଳକୋଚ ମରାମତି କାରଖାନା, ୩ଟି ସେତୁ ଏବଂ ବୋଡୋ ଟେରିଟୋରିଆଲ ଅଞ୍ଚଳରେ ୩ଟି ନୂଆ ରେଳଲାଇନ୍ର ଶୁଭାରମ୍ଭ କରିବେ । ଏହି ଅବସରରେ ଶ୍ରୀ ମୋଦୀ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବେ । ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଆହାଟୀ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରେ ଶ୍ରୀ ମୋଦୀ ଯୋଗ୍ୟ ଚା ବଗିଚା ଶ୍ରମିକଙ୍କୁ ଜମିପଟା ବଣ୍ଟନ କରିବେ ।

ଏଥିସହିତ ୧୫୦ ମେଗାୱାଟ ବିଶିଷ୍ଟକୋପିଲି ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ । ଏହି ଅବସରରେ ପ୍ରାୟ ୧୦ହଜାର କୋଟି ଟଙ୍କା ସମ୍ବଳିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ସହ ଉତ୍ସର୍ଗ କରାଯିବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମ୍ କିଶାନ ସମ୍ମାନନିଧି ଯୋଜନାର ୨୨ତମ କିସ୍ତୀସ୍ୱରୂପ ୯ କୋଟି ୩୨ଲକ୍ଷରୁ ଅଧିକ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୮ହଜାର ୬୪୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଗସ୍ତର ପ୍ରଥମଦିନ ଶ୍ରୀ ମୋଦୀ ଗୁଆହାଟୀସ୍ଥିତ ରାଜ୍ୟ ଅତିଥି ଭବନରେ ରାତ୍ରିଯାପନ କରିବେ । ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ସିଲଚର ଯାଇ ୨୪ହଜାର ୨୦୫ କୋଟି ଟଙ୍କା ସମ୍ବଳିତ ୩ଟି ପ୍ରମୁଖ ପ୍ରକଳ୍ପର ଶୁଭାରମ୍ଭ କରିବେ । ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଆସାମରୁ କୋଲକାତା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି ।












Click it and Unblock the Notifications