ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ । ପୂର୍ବତନ ଆର୍ମି ମୁଖ୍ୟ ନରୱଣେଙ୍କ ଅପ୍ରକାଶିତ ବହିକୁ ନେଇ ଝଡ଼ ଚାଲିଥିଲା ବେଳେ ପ୍ରଧାନମନ୍ତ୍ରୀ ଆଜି ଗୃହରେ ଭାଷଣ ଦେବେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଈପାରିନଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରସ୍ତାବ ଦେବେ। ଗୃହରେ ପାଦ ରଖୁ ରଖୁ ବିରୋଧୀ ସ୍ଲୋଗାନ ଦେବା ସହ ପ୍ରବଳ ହଟଗୋଳ କରିଥିଲେ। ଗୃହକାର୍ଯ୍ୟରେ ବାଧା ପାଇଁ ଗୃହକୁ ମୁଲତବି ରଖିବାକୁ ପଡ଼ିଥିଲା । ଆଜି ଦିନ ୧୧ଟାରେ ଆରମ୍ଭ ହେବ ଗୃହକାର୍ଯ୍ୟ ।

ସେପଟେ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳର ମହିଳା ସାଂସଦ ମାନେ ଉଦ୍ଦେଶ୍ୟମୂଳକ ଭାବେ ଆସି ଘେରି ଯାଇଥିଲେ ବୋଲି ଅଭିଯୋଗ କରିଛି ବିଜେପି । ସେପଟେ ସଂସଦ ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି । ବିଟ୍ଟୁଙ୍କୁ ରାହୁଲ ବିଶ୍ବାସଘାତକ ସମ୍ବୋଧନ କରିଥିବାବେଳେ ପାଲଟା ଜବାବରେ ବିରୋଧୀ ଦଳ ନେତାଙ୍କୁ ଦେଶର ଶତ୍ରୁ କହିଥିଲେ ବିଟୁ । ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି ।
-
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍







Click it and Unblock the Notifications