ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ବିକିଙ୍କ ଛାବା
ଅଭିନେତା ବିକି କୌଶଳଙ୍କ ଅଭିନୀତ 'ଛାବା' ସୁପରହିଟ୍ ହୋଇଛି। ରିଲିଜ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ 'ଛାବା'କୁ ପ୍ରଶଂସା କରିଥିଲେ ଏବଂ ଏବେ ସେ ଏହି ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବାକୁ ଯାଉଛନ୍ତି।
ବିକି ଲୌଶଲ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ ଛାବା ଗୁରୁବାର ଦିନ ବାଲଯୋଗୀ ଅଡିଟୋରିୟମରେ ସ୍ଥିତ ସଂସଦ ଲାଇବ୍ରେରୀ ବିଲଡିଂରେ ପ୍ରଦର୍ଶିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ସ୍କ୍ରିନିଂରେ ସାମିଲ ହେବେ । କେବଳ ଏତିକି ନୁହେଁ, ସମ୍ଭାଜି ଭୂମିକାରେ ଅଭିନୟ କରୁଥିବା ବିକିଙ୍କ ସମେତ ଛାବାର ସମସ୍ତ କାଷ୍ଟ ଏବଂ କ୍ରୁମାନେ ମଧ୍ୟ ସାମିଲ ହୋଇପାରନ୍ତି । ଏହି ଫିଲ୍ମ ୨୭ ମାର୍ଚ୍ଚ ୨୦୨୫ ରେ ପ୍ରଦର୍ଶିତ ହେବ ।

ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ସେ ଫିଲ୍ମକୁ ପ୍ରଶଂସା କରିଥିଲେ । ସେ କହିଥିଲେ 'ମହାରାଷ୍ଟ୍ର ଏବଂ ମୁମ୍ବାଇ ହିଁ ମରାଠୀ ସିନେମା ଏବଂ ହିନ୍ଦୀ ସିନେମାକୁ ନୂଆ ଉଚ୍ଚତା ଦେଇଛି । ବର୍ତ୍ତମାନ ଛାବାର କ୍ରେଜ୍ ବଢିଛି । ଫିଲ୍ମର ନିର୍ଦ୍ଦେଶନା ଲକ୍ଷ୍ମଣ ଉତେକର ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୩୮ ଦିନ ମଧ୍ୟରେ ଭାରତରେ ୫୮୩.୨୫ କୋଟି ଟଙ୍କା ଆୟ କରିଛି । ବିଶ୍ବବ୍ୟାପୀ ଫିଲ୍ମ ୭୮୫.୫୦ କୋଟି ଟଙ୍କା ଆୟ କରିଛି ।












Click it and Unblock the Notifications