୨.୭୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀଠାରେ ୨ହଜାର ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ସହ ଅନ୍ୟ କେତେକର ଶିଳାନ୍ୟାସ କରିଛନ୍ତି । ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଛନ୍ତି ଆଧ୍ୟାତ୍ମିକ, ପରିବେଶଗତ ଏବଂ ସ୍ୱାସ୍ଥ୍ୟକ୍ଷେତ୍ର ପର୍ଯ୍ୟଟନରେ ନିବେଶ ସହିତ ସରକାର ପୁଡୁଚେରୀକୁ ଉନ୍ନତି ପଥରେ ଅଗ୍ରସର କରାଉଛନ୍ତି । ପୁଡୁଚେରୀରେ ମୁଣ୍ଡପିଛା ଆୟ ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଡବଲ ଇଞ୍ଜିନ ସରକାର ଏହି ଅଞ୍ଚଳର ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିଛି । ପୁଡୁଚେରୀ ଏକ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ୧ହଜାର ୧୪୨କୋଟି ୨୩ଲକ୍ଷ ଟଙ୍କା ମୂଲ୍ୟର ୧୯ଟି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରିଛନ୍ତି । ସେଥିମଧ୍ୟରେ ଇବସ୍ ଚଳାଚଳ, ସ୍ମାର୍ଟସିଟି ମିଶନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ, ଦୁର୍ବଳ ଶ୍ରେଣୀଙ୍କ ପାଇଁ ଆବାସ ଏବଂ ପୁଡୁଚେରୀ ସରକାରଙ୍କ ପ୍ରମୁଖ ସ୍ୱେରେଜ୍ ଓ ଜଳଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ୭୫୦ଏକର କରସୁର-ସେଦାରପେଟ ଶିଳ୍ପ ଇଷ୍ଟେଟ୍ ବିକାଶ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ପୁଡୁଚେରୀରେ ୧ହଜାର ୫୭୧କୋଟି ୭୩ ଲକ୍ଷ ଟଙ୍କା ମୂଲ୍ୟର ୭୪ଟି ପ୍ରକଳ୍ପର ଶ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମୀଣ ରାସ୍ତା ନିର୍ମାଣ, ସହରାଞ୍ଚଳ ଯୋଗାଯୋଗ, ଡ୍ରେନେଜ୍ ନେଟୱର୍କ, ଛାତ୍ରାବାସ, କ୍ରୀଡ଼ାକମ୍ପେ୍ଲକ୍ସ ଆଦି ଅନ୍ତର୍ଭୁକ୍ତ । ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅରୋଭିଲରେ ବିଶ୍ୱ ଅପରାହ୍ଣରେ ଶ୍ରୀ ମୋଦୀ ମଦୁରାଇ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟସୂଚୀ ରହିଛି












Click it and Unblock the Notifications