ଆଜି RSS ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଗପୁର ଗସ୍ତ କରିବେ ଏବଂ ମୋଦି ଆରଏସଏସ ମୁଖ୍ୟାଳୟ ପରିଦର୍ଶନ କରିବେ । ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦି ପ୍ରଥମ ଥର RRSS ମୁଖ୍ୟାଳୟକୁ ଯିବେ । ଆଜି ପର୍ଯ୍ୟନ୍ତ ଭାରତର କୌଣସି ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଏପରି କରି ନାହାଁନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ କୌଣସି ରାଜନୈତିକ ଉଦ୍ୟସ ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱଙ୍କୁଲେ ।

ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ମୁଖ୍ୟତଃ ବିଜେପି ଏବଂ ଆରଏସଏସ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାକୁ ହ୍ରାସ କରିବା ପାଇଁ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ଭେଟିବେ। ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ମାଧବ ନେତ୍ରାଳୟ ପ୍ରିମିୟମ୍ ସେଣ୍ଟର ଶିଳାନ୍ୟାସ କରିବେ ।

Modi

ପ୍ରଧାନମନ୍ତ୍ରୀ ମୋଦି ରେଶିମବାଗରେ ଥିବା 'ହେଡଗେୱାର ସ୍ମୃତି ମନ୍ଦିର' ମଧ୍ୟ ପରିଦର୍ଶନ କରିବେ, ଏହା ଆରଏସଏସ ପ୍ରତିଷ୍ଠାତା ଡକ୍ଟର କେବି ହେଡଗେୱାର ଏବଂ ତାଙ୍କ ଉତ୍ତରାଧିକାରୀ ଏମଏସ ଗୋଲୱାଲକରଙ୍କ ଶେଷ ବିଶ୍ରାମ ସ୍ଥଳ ଏବଂ ଏଠାରେ ଆରଏସଏସ ମୁଖ୍ୟାଳୟ ମଧ୍ୟ ରହିଛି । ଏହି ଗସ୍ତ ସମୟରେ ମୋଦିଙ୍କ ସହିତ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଦୀକ୍ଷାଭୂମି ଯିବେ, ଯେଉଁଠାରେ ବି.ଆର. ଆମ୍ବେଦକର ଏବଂ ତାଙ୍କ ଅନୁଗାମୀମାନେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜିର ଗସ୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ, ସଂଘ ସହିତ ବିଜେପିର ସମ୍ପର୍କରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ, ବିଜେପି ମୁଖ୍ୟ ଜେପି ନଡ୍ଡା କହିଥିଲେ ଯେ 'ଦଳକୁ ଆଉ ଆରଏସଏସର ସମର୍ଥନର ଆବଶ୍ୟକତା ନାହିଁ।' ଯାହା ଯୋଗୁଁ ବିବାଦ ଆହୁରି ବୃଦ୍ଧି ପାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+