ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ସନ୍ଥ ଗୁରୁ ରବି ଦାସଙ୍କ ୬୪୯ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ । ଶ୍ରୀ ମୋଦୀ ଆଦାମପୁର ବିମାନ ବନ୍ଦର ପରିଦର୍ଶନ କରି ଏହାକୁ ଶ୍ରୀଗୁରୁ ରବିଦାସଜୀ ବିମାନ ବନ୍ଦର ନାମରେ ନୂତନ ନାମକରଣ କରିବେ। ଶ୍ରୀ ଗୁରୁ ରବି ଦାସ ଜଣେ ସନ୍ଥ, ସମାଜ ସଂସ୍କାରକ ଥିଲେ ।
ତାଙ୍କର ଶିକ୍ଷା, ସମାନତା ଏବଂ ଦୟା ମନୋଭାବ ଭାରତର ସାମାଜିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବାରୁ ତାଙ୍କ ସମ୍ମାନାର୍ଥେ ଆଦାମପୁର ବିମାନ ବନ୍ଦର ଗୁରୁ ରବି ଦାସଙ୍କ ନାମରେ ନାମକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଲୁଧିଆନାଠାରେ ହଲୁୱାଡା ବିମାନ ବନ୍ଦର ଟର୍ମିନାଲ୍ ବିଲ୍ଡିଂର ଉଦ୍ଘାଟନ କରିବେ ।

ଏହି ଟର୍ମିନାଲ ହେଉଛି ରାଜ୍ୟର ନୂତନ ଗେଟ୍ୱେ ଭାବେ କାର୍ଯ୍ୟ କରିବ । ଏହା ମଧ୍ୟ ଭାରତୀୟ ଏୟାରଫୋର୍ସ ଷ୍ଟେସନର ଗୁରୁତ୍ୱପୂର୍ଣ୍ଣ ସ୍ଥଳୀ । ହାଲୁୱାଡ଼ା ବିମାନ ବନ୍ଦରରେ ବୃହତ ଯୁଦ୍ଧ ବିମାନ ରହଣି ଏବଂ ଇ୩୨୦ ଭଳି ବଡ଼ବଡ଼ ଯୁଦ୍ଧ ବିମାନ ଯାତାୟାତ ପାଇଁ ରନ୍ୱେର ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications