ଆମେରିକା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ କାହିଁକି?
ଭାରତ-ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ରୂପରେଖ ପ୍ରସ୍ତୁତି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟପକ୍ଷର ଅଙ୍ଗୀକାର ବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏଥିପାଇଁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳନ କରୁଛି ।

ଏହି ଚୁକ୍ତି ଦେଶର କୃଷିଜୀବୀ, ଉଦ୍ୟୋଗୀ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍, ମତ୍ସ୍ୟଜୀବୀ, ଗବେଷକ ଏବଂ ବିଭିନ୍ନ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଅଧିକ ମଜଭୁତ କରିବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି । ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ଉଭୟ ଦେଶ ଏହି ଚୁକ୍ତି ମାଧ୍ୟମରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି । ବିଶ୍ୱ ଯୋଗାଣ ଶୃଙ୍ଖଳକୁ ଏହା ମଜଭୁତ କରିବା ସହ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।












Click it and Unblock the Notifications