ମନ କି ବାତ୍‌ରେ ଓଡ଼ିଶାର ସାନ୍ତାଳି ଭାଷାକୁ ନେଇ ମୋଦି କହିଲେ ଏମିତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ଆଜି ୧୦ ବର୍ଷ ପୂରଣ କରିଛି। ଏହି ପୂର୍ତ୍ତି ଅବସର ସହ 'ମନ୍ କି ବାତ୍'ର ୧୧୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆଜିର ଅଧ୍ୟାୟ ଭାବପ୍ରବଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ପ୍ରଧାନମନ୍ତ୍ରୀ ଓଡ଼ିଶାର ସାନ୍ତାଳୀ ଭାଷା ଉପରେ କରାଯାଇଥିବା ନବସୃଜନ ନେଇ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଡିଜିଟାଲ୍ ନବସୃଜନ ମାଧ୍ୟମରେ ସାନ୍ତାଳୀ ଭାଷାକୁ ଏକ ନୂତନ ପରିଚୟ ଦେବାକୁ ଚେଷ୍ଟା କରାଯାଇଛି। ଭାରତ ବ୍ୟତିତ ଏହି ଭାଷାଭାଷୀର ଲୋକେ ନେପାଳ, ଭୁଟାନ ଏବଂ ବାଂଲାଦେଶରେ ଅଛନ୍ତି।

ମୋଦି ଆହୁରି ମଧ୍ୟ କହିଛନ୍ତି, ଡିଜିଟାଲ ଇନୋଭେଶନ ମାଧ୍ୟମରେ ସାନ୍ତାଳି ଭାଷାକୁ ଏକ ନୂତନ ପରିଚୟ ଦେବାକୁ ଚେଷ୍ଟା କରାଯାଇଛି। ଭାରତ ବ୍ୟତୀତ ନେପାଳ, ଭୁଟାନ ଏବଂ ବାଂଲାଦେଶରେ ଏହି ଭାଷା କହୁଥିବା ଲୋକେ ଅଛନ୍ତି। ଓଡ଼ିଶା ମୟୂରଭଞ୍ଜର ରାମଜୀ ଏମିତି ଏକ ପ୍ଲାଟଫର୍ମ ସୃଷ୍ଟି କରିଛନ୍ତି ଯେଉଁଠାରେ ସାନ୍ତାଳିି ଭାଷାରେ ସାହିତ୍ୟ ପଢିହେବ। ଯେତେବେଳେ ସେ ମୋବାଇଲ ବ୍ୟବହାର କରିବା ଆରମ୍ଭ କଲେ, ସେତେବେଳେ ସେ ଦୁଃଖିତ ହେଲେ ଯେ ସାନ୍ତାଳି ଭାଷାକୁ ନେଇ ଏଥିରେ କିଛି ନାହିଁ।

Narendra modi

ଗତ ଏକ ଦଶନ୍ଧି ଧରି ମୟୂରଭଞ୍ଜର ରାମଜିତ୍ ଟୁଡୁ ସାନ୍ତାଳୀ ଭାଷା ପାଇଁ ଏକ ଡିଜିଟାଲ୍ ପରିଚୟ ସୃଷ୍ଟି କରିଆସୁଛନ୍ତି। ସେ କେବଳ ଏହାକୁ ଡିଜିଟାଇଜେସନ୍ କରିନାହାନ୍ତି ବରଂ ସାନ୍ତାଳୀ ଉଇକିପିଡ଼ିଆ ଗଠନ ବ୍ୟତୀତ ଭାଷାରେ ଲେଖକମାନଙ୍କୁ ଏକ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରୁଛନ୍ତି । ରାମଜିତ ଟୁଡୁ କୁହନ୍ତି ଭାଷା ହେଉଛି ସମାଜର ପରିଚୟ। ମୟୂରଭଞ୍ଜର ଏହି ୨୮ ବର୍ଷିୟ ଭାଷା କାର୍ଯ୍ୟକର୍ତ୍ତା ତାଙ୍କ ମାତୃଭାଷା ସାନ୍ତାଳୀକୁ ଡିଜିଟାଇଜ୍ କରି ଗତ ଏକ ଦଶନ୍ଧିରୁ ଏହାକୁ ଏକ ଅନଲାଇନ୍ ପରିଚୟ ପ୍ରଦାନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+