For Quick Alerts
Turn On Notification  
For Daily Alerts
Oneindia App Download

ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଭୁବନେଶ୍ୱରର ପୁଷ୍ପା ଶୁକ୍ଲା : ଜାଣନ୍ତୁ ମନ କି ବାତରେ କଣ କହିଲେ ମୋଦୀ

ଆଜି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ନେଇ ଅନେକ କଥା କହିଛନ୍ତି । ଭୁବନେଶ୍ୱରର ପୁଷ୍ପା ଶୁକ୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକାକରଣ ନେଇ ଚିଠି ଲେଖିଛନ୍ତି ।

|

ଭୁବନେଶ୍ୱର : ଆଜି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ନେଇ ଅନେକ କଥା କହିଛନ୍ତି । ଟିକାକରଣରେ ସମସ୍ତେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି । ଭୁବନେଶ୍ୱରର ପୁଷ୍ପା ଶୁକ୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକାକରଣ ନେଇ ଚିଠି ଲେଖିଛନ୍ତି । ସେ ଏଥିରେ ଅନୁରୋଧ କରିଥିଲେ ଯେ ସାରା ଦେଶରେ ଚାଲିଥିବା ଟିକାକରଣ ଓ ଏହାକୁ ନେଇ ଦେଖା ଦେଇଥିବା ଉତ୍ସାହକୁ ନେଇ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ କରନ୍ତୁ । ଦେଶରେ କୋଣଅନୁକୋଣରୁ ଏଭଳି ଖବର ଓ ଚିତ୍ର ଏବେ ସାମ୍ନାକୁ ଆସିଛି ଯାହା ହୃଦୟକୁ ଛୁଇଁ ଦେଇଛି । ଉତ୍ତରପ୍ରଦେଶରେ ଏକ 109 ବର୍ଷର ବୃଦ୍ଧା ଟିକା ନେଇଛନ୍ତି ।

ନରେନ୍ଦ୍ର ମୋଦୀ

ସେହପରି ଦିଲ୍ଲୀରେ 107 ବର୍ଷର ଜଣେ ବୃଦ୍ଧ ଟିକା ନେଇଛନ୍ତି । ହ୍ରାଇଦ୍ରାବାଦରେ 100 ବର୍ଷର ଜଣେ ବ୍ୟକ୍ତି ଟିକା ନେଇଛନ୍ତି ବୋଲି ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସୋଶାଲ ମିଡିଆରେ ସେ ଅନେକ ଫଟୋ ଦେଖୁଛନ୍ତି ଯେଉଁଥିରେ ଟିକା ନେଇଥିବା ବ୍ୟକ୍ତିମାନେ ସେମାନଙ୍କର ଫଟୋ ସେୟାର କରୁଛନ୍ତି । ଏପରିକି ତାଙ୍କ ପରିବାର ଲୋକଙ୍କ ମଧ୍ୟ ଫଟୋ ସେୟାର କରିଛନ୍ତି । କେରଳର ଜଣେ ଯୁବକ ଆନନ୍ଦ ନାୟାର ଏହି ଟିକାକରଣକୁ 'ଭ୍ୟାକ୍ସିନ ସେବା' ନାଁ ଦେଇଛନ୍ତି । ଏହା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହିତ ସେ ସମସ୍ତଙ୍କୁ ଟିକା ନେବାକୁ ଅପିଲ୍ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prime Minister Narendra Modi Talk About Bhubaneswar Lady Puspa Sukla on Maan ki Baat
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X