CJIଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନ ବିଚାରପତି ବି.ଆର.ଗଭାଇଙ୍କ ସହ ଫୋନରେ କଥା ହୋଇଛନ୍ତି । ସିଜେଆଇଙ୍କ ଉପରେ ଆକ୍ରମଣ ଉଦ୍ୟମକୁ ପିଏମ୍ ମୋଦୀ ନିନ୍ଦା କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଆଜି ସକାଳେ ସୁପ୍ରିମକୋର୍ଟ ପରିସରରେ ହୋଇଥିବା ଆକ୍ରମଣ ଉଦ୍ୟମରେ ସମସ୍ତେ କ୍ଷୁବ୍ଧ ଅଛନ୍ତି । ଆମ ସମାଜରେ ଏପରି ନିନ୍ଦନୀୟ କୃତ୍ୟ ପାଇଁ କୌଣସି ସ୍ଥାନ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମୁଁ ଭାରତର ପ୍ରଧାନ ବିଚାରପତି ବି.ଆର.ଗଭାଇଙ୍କ ସହ କଥା ହୋଇଛି । ଆଜି ସୁପ୍ରିମକୋର୍ଟ ପରିସରରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଆକ୍ରୋଶ ରହିଛି । ଆମ ସମାଜରେ ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ।" ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏପରି ପରିସ୍ଥିତିରେ ନ୍ୟାୟମୂର୍ତ୍ତି ଗଭାଇଙ୍କ ଶାନ୍ତ ଏବଂ ସଂଯମତା ପାଇଁ ମୁଁ ତାଙ୍କୁ ପ୍ରଶଂସା କରୁଛି । ଏହା ନ୍ୟାୟର ମୂଲ୍ୟବୋଧ ଏବଂ ଆମ ସମ୍ବିଧାନର ଆତ୍ମାକୁ ସୁଦୃଢ଼ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।"

modi

ଉଲ୍ଲେଖନୀୟ ଯେ ଆଜି ଜଣେ ଓକିଲ ଭାରତର ପ୍ରଧାନ ବିଚାରପତି ବି.ଆର.ଗଭାଇଙ୍କ କୋର୍ଟରୁମରେ ହଙ୍ଗାମା କରିବାକୁ ଚେଷ୍ଟା କରିଥିଲେ । ସମ୍ପୃକ୍ତ ଓକିଲ CJIଙ୍କ ଉପରକୁ ଜୋତା ଫିଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ । ପୋଲିସ ତୁରନ୍ତ ଅଭିଯୁକ୍ତ ଓକିଲଙ୍କୁ ଅଟକ ରଖିଥିଲା । ତେବେ ଏହି ସମୟରେ ଜଷ୍ଟିସ୍ ଗଭାଇ ଶାନ୍ତ ରହିଥିଲେ ଏବଂ କୋର୍ଟ କାର୍ଯ୍ୟ ଜାରି ରହିଥିଲା । ସେ କହିଥିଲେ ଯେ ଏଗୁଡ଼ିକ "ମୋ ଉପରେ ପ୍ରଭାବ ପକାଏ ନାହିଁ।"

ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ମୟୂର ବିହାରର ବାସିନ୍ଦା ଏବଂ ସୁପ୍ରିମକୋର୍ଟ ବାର ଆସୋସିଏସନର ଜଣେ ପଞ୍ଜିକୃତ ସଦସ୍ୟ ଥିବା କିଶୋରକୁ ସୁରକ୍ଷା କର୍ମୀମାନେ ଧରିଥିଲେ ଏବଂ ପରେ ସୁପ୍ରିମକୋର୍ଟର ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଥିଲେ । କୋର୍ଟ ନମ୍ବର ୧ରେ କାର୍ଯ୍ୟ ଚାଲୁଥିବା ସମୟରେ ସକାଳ ପ୍ରାୟ ୧୧:୩୫ ସମୟରେ ନିଜର ସ୍ପୋର୍ଟସ୍ ଜୋତା ଖୋଲି ପ୍ରଧାନ ବିଚାରପତି ଗଭାଇଙ୍କ ଉପରକୁ ଫିଙ୍ଗିବାକୁ ଉଦ୍ୟମ କରିଥିଲେ ।

ପୋଲିସ ସୂଚନା ଅନୁସାରେ, ଆଇନଜୀବୀ ରାକେଶ କିଶୋରଙ୍କ ନିକଟରୁ ଏକ ଧଳା କାଗଜ ନୋଟ୍ ଉଦ୍ଧାର କରାଯାଇଛି । ସେଥିରେ ଲେଖାଥିଲା, "ମୋର ବାର୍ତ୍ତା ପ୍ରତ୍ୟେକ ସନାତନୀଙ୍କ ପାଇଁ... ହିନ୍ଦୁସ୍ତାନ ସନାତନ ଧର୍ମର ଅପମାନକୁ ସହ୍ୟ କରିବ ନାହିଁ।" ତାଙ୍କ ପାଖରୁ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, ଶାହଦରା ବାର୍ ଆସୋସିଏସନ୍ ଏବଂ ଦିଲ୍ଲୀ ବାର୍ କାଉନସିଲର କାର୍ଡ ଅଛି । ସେପଟେ ଜୋତା ଫିଙ୍ଗିବାକୁ ଚେଷ୍ଟା କରିବା ପରେ ଓକିଲ ରାକେଶ କିଶୋରଙ୍କୁ ବାର ପରିଷଦ ନିଲମ୍ବିତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+