Get Updates
Get notified of breaking news, exclusive insights, and must-see stories!

୨୦୪୦ ସୁଦ୍ଧା ଚନ୍ଦ୍ରରେ ପହଞ୍ଚିବ ମଣିଷ, ୨୦୩୫ସୁଦ୍ଧା ହେବ ସ୍ସେଶ୍ ଷ୍ଟେସନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଭାରତର ଗଗନାୟନ ମିଶନର ଅଗ୍ରଗତିର ଆକଳନ କରିଛନ୍ତି ଏବଂ ଭାରତର ମହାକାଶ ଅନୁସନ୍ଧାନ ଉଦ୍ୟମର ଭବିଷ୍ୟତ ବିଷୟରେ ବର୍ଣ୍ଣନା କରିଛନ୍ତି । ଚନ୍ଦ୍ରଯାନର ସଫଳତା ପରେ ଗଗନାୟନ ମିଶନକୁ ସଫଳ କରିବାରେ ଇସ୍ରୋ ବୈଜ୍ଞାନିକମାନଙ୍କ ଚେଷ୍ଟା ଜାରି ରହିଛି ।

 chandrayaan 3

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଇସ୍ରୋ ବୈଜ୍ଞାନିକ ମାନେ ନିଶ୍ଚିତ କରିଛନ୍ତି ଯେ, ଭାରତ ୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ ଏବଂ ୨୦୨୪ ସୁଦ୍ଧା ଚନ୍ଦ୍ରକୁ ମନୁଷ୍ୟ ପଠାଇବ । ଏହା ସହ ଆଗାମୀ ଦିନରେ ମଙ୍ଗଳ ଏବଂ ଶୁକ୍ର ଗ୍ରହ ଉପରେ ରିସର୍ଟ ଆରମ୍ଭ କରିବ ଇସ୍ରୋ । ଯେଉଁଥି ପାଇଁ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ସେହିପରି ଏହି ବୈଠକରେ ମହାକାଶ ବିଭାଗ ଗଗନଯାନ ଅଭିଯାନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ବିକଶିତ ହୋଇଥିବା ବିଭିନ୍ନ ଜ୍ଞାନକୌଶଳ ଯଥା-ମାନବ-ରକେଟ୍ ଲଞ୍ଚ୍ ଯାନ ଏବଂ ସିଷ୍ଟମ୍ କ୍ଷମକା ରହିଛି । ଧାନମନ୍ତ୍ରୀ ମଧ୍ୟ ଭାରତୀୟ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇ ଆନ୍ତର୍ଜାତିକ ମିଶନ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି, ଯେଉଁଥିରେ ଶୁକ୍ର ଗ୍ରହ ମିଶନ ଏବଂ ଏକ ମଙ୍ଗଳ ଗ୍ରହ ମିଶନ ଅନ୍ତର୍ଭୁକ୍ତ ହେବ । ପ୍ରଧାନମନ୍ତ୍ରୀ ମୋଦି ଭାରତର ଦକ୍ଷତା ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ମହାକାଶ ଅନୁସନ୍ଧାନରେ ନୂତନ ଉଚ୍ଚତା ବୃଦ୍ଧି କରିବାକୁ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+