ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି ।

ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍ଡିଏ ବହୁମତ ପାଇଛି। ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୮ରେ ଶପଥ ନେବେ ବୋଲି ଜଣାପଡିଛି।
ଦିଲ୍ଲୀରେ ଏନ୍ଡିଏର ବୈଠକ ହେବ। ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବହୁ ବଡ ନେତା ଦିଲ୍ଲୀରେ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବେ। ବୈଠକରେ ବିଜେପି ନେତା ଅମିତ ଶାହା ମଧ୍ୟ ଉପସ୍ଥିତ ରହିବେ। ଆସନ୍ତା ଜୁନ୍ ୮ ତାରିଖ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଜୁନ୍ ୭ରେ ସଂସଦୀୟ ଦଳ ବୈଠକ ହେବ ବୋଲି ସୂତ୍ରରୁ ଜଣାପଡିଛି।












Click it and Unblock the Notifications