କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି, ଉନ୍ମୋଚନ କଲେ ୧୦୯ ଭେରାଇଟିର ୬୧ଟି ଶସ୍ୟ
କୃଷକ ଓ ବୈଜ୍ଞାନିକଙ୍କ ସହ ମୋଦୀଙ୍କ ଆଲୋଚନା। ଚାଷୀଙ୍କ ସହ କ୍ଷେତରେ ବୁଲିବା ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀରେ ଭାରତ କୃଷି ଗବେଷଣା ବିଶ୍ବବିଦ୍ୟାଳୟ.ରେ ଅଧିକ ଉତ୍ପାଦିତ ହେଉଥିବା ୧୦୯ ପ୍ରକାରର ଫସଲର ଉନ୍ନତ ବିହନର କିସମ୍ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିବା ୧୦୯ ଭେରାଇଟିର ୬୧ଟି ଶସ୍ୟ ମଧ୍ୟରେ ୩୪ଟି କ୍ଷେତ ଫସଲ ଏବଂ ୨୭ ଟି ଉଦ୍ୟାନ କୃଷି ଫସଲ ଅନ୍ତର୍ଭୁକ୍ତ । ଏହି ବିହନ ଜଳବାୟୁ ଅନୁକୂଳ ଏବଂ ଜୈବ ସଶକ୍ତ । ପ୍ରଧାନମନ୍ତ୍ରୀ ଏନେଇ କୃଷକ ଏବଂ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି ।
ଏହି କିସମର ବିହନ କୃଷକଙ୍କୁ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ଦେବା ସହିତ ପର୍ଯ୍ୟାବରଣ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । ଏହି ବିହନ ଜଳବାୟୁ ଅନୁକୂଳ ଏବଂ ଜୈବ ସଶକ୍ତ । ଏହି କିସମର ବିହନ କୃଷକଙ୍କୁ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ଦେବା ସହିତ ପର୍ଯ୍ୟାବରଣ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଫସଲର ଏହି ଉନ୍ନତ କିସମ ବିହନର ମହତ୍ତ୍ଵକୁ ନେଇ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେ ଏବେ ପୁଷ୍ଟିକର ଖାଦ୍ୟ ଆଡ଼କୁ ଢ଼ଳୁଛନ୍ତି । ପ୍ରାକୃତିକ ପଦ୍ଧତି ଏବଂ ଜୈବିକ ପଦ୍ଧତିର ଚାଷକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୈବିକ ଚାଷରେ ଉତ୍ପାଦନ ହେଉଥିବା ଖାଦ୍ୟ ପଦାର୍ଥକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ।












Click it and Unblock the Notifications