ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ। ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।

narendra modi

ଏହି ଚେସ୍‌ବୋର୍ଡରେ ଗୁକେଶ ଓ ଡିଙ୍ଗ୍ ଲାଇରେନଙ୍କ ଅଟୋଗ୍ରାଫ୍ ରହିଛି। ଗୁକେଶଙ୍କ ସହ ତାଙ୍କ ବାପା-ମା'ଙ୍କ ସହ ଭେଟି ଶୁଭେଚ୍ଛା ଜଣାଇଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ମୋଦି ଗୁକେଶଙ୍କୁ ଭାରତର ଗର୍ବ ବୋଲି ପ୍ରଶଂସା କରିବା ସହ, ସୋଶାଲ ମିଡିଆରେ ଲେଖିଛନ୍ତି ଯେ, ତାଙ୍କର ଆତ୍ମବିଶ୍ୱାସ ସତରେ ପ୍ରେରଣାଦାୟୀ। ମୁଁ ଦେଖିଥିବା ଏକ ଭିଡିଓ ମନେପଡ଼ୁଛି, ଯେଉଁଥିରେ କିଛି ବର୍ଷ ତଳେ ଗୁକେଶ କହିଥିଲେ ଯେ, ମୁଁ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ ହେବି। ଏହି ଆକଳନ ଏବେ ତାଙ୍କ ନିଜ ପ୍ରଚେଷ୍ଟା ପାଇଁ ସତରେ ପରିଣତ ହୋଇଛି।

ଡି. ଗୁକେଶ ମଧ୍ୟ ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ, ତାଙ୍କୁ ଭେଟିବା ମୋ ପାଇଁ ସମ୍ମାନ ଏବଂ ଜୀବନର ସବୁଠୁ ବଡ଼ ଖୁସିର ମୁହୂର୍ତ୍ତ ଥିଲା ବୋଲି ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+