ଟପ୍ ଅନଲାଇନ୍ ଗେମର୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
PM Modi: ଟପ୍ ଅନଲାଇନ୍ ଗେମର୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମସ୍ତ ଗେମର୍ସଙ୍କୁ ଭେଟି ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଅନିମେଷ ଅଗ୍ରୱାଲ, ନମନ ମାଥୁର ଏବଂ ପାୟଲ ଧାରେଙ୍କ ପରି ଇଣ୍ତିଆର ଟପ୍ ଗେମର୍ସଙ୍କୁ ଭେଟିବା ସହ ସେମାନଙ୍କର କାର୍ଯ୍ୟର ପ୍ରଶଂସା କରିଥିଲେ ମୋଦୀ ।

ଗେମର୍ସଙ୍କୁ ଭେଟିବା ସହ ପିଏମ ମୋଦୀ ଗେମିଂ ଇଣ୍ତଷ୍ଟ୍ରୀରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଖେଳ ଏବଂ ଜୁଆ ମଧ୍ୟରେ ପାର୍ଥକ୍ୟ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ସଭାର ଏକ ଟିଜର ମଧ୍ୟ ରିଲିଜ୍ କରାଯାଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହଲ ଆଲୋଚନା କରୁଥିବାର ଦେଖିବା ପାଇଁ ମିଳୁଛି । ଆଜି ଏହାର ପୁରା ଭିଡିଓ ରିଲିଜ୍ ହୋଇଯାଇଛି ଯାହା ବେଶ୍ ଭାଇରାଲ ହେଉଛି ।
ଗେମର୍ ଅନିମେଶ ଅଗ୍ରୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଇନଷ୍ଚାଗ୍ରାମରେ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ସେ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ବାର୍ତ୍ତାଳାପ ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ, ଆମେ ପ୍ରଧାନମନ୍ତ୍ରୀଙ୍କ ସହ ଇ-ସ୍ପୋର୍ଟସ୍ ଇଣ୍ତଷ୍ଟ୍ରି ବିଷୟରେ ଚର୍ଚ୍ଚା କଲେ । ତାଙ୍କ ଭିଜନ ଏହି ଇଣ୍ତଷ୍ଟ୍ରୀକୁ ପୁରା ପରିବର୍ତ୍ତନ କରି ଦେବ । ଖୁବ୍ ଶୀଘ୍ର ଏହାର ପୁରା ଭିଡିଓ ରିଲିଜ୍ କରାଯିବ ।












Click it and Unblock the Notifications