'ପୂର୍ବରୁ କପୋତ ଏବେ ଚିତା ମୁକ୍ତ', ଭିନ୍ନ ଶୈଳୀରେ ନୂତନ ଲଜିଷ୍ଟିକ୍ ନୀତିର ଶୁଭାରମ୍ଭ କଲେ ମୋଦି
ଜନ୍ମଦିନ ଅବସରରେ ନୂତନ ଲଜିଷ୍ଟିକ ନୀତିର ଶୁଭାରମ୍ଭ କଲେ ମୋଦି । ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ ।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 72ତମ ଜନ୍ମ ଦିବସ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମୋଦି କୁନୋ ଜାତୀୟ ଉଦ୍ୟାନର ଏନକ୍ଲୋଜରରେ ନାମ୍ବିଆରୁ ଅଣାଯାଇଥିବା ଆଠଟି ଚିତା ମୁକ୍ତ କରିଛନ୍ତି । ଏଥିସହିତ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ତାଙ୍କର ପୁରା ଦିନ ବ୍ୟସ୍ତତାରେ ପରିପୂର୍ଣ୍ଣ ଥିଲ। ଜନ୍ମଦିନ ଅବସରରେ ସେ ତାଙ୍କ ମା'ଙ୍କୁ ଭେଟିବାକୁ ମଧ୍ୟ ଯାଇପାରିନଥିଲେ ।

#WATCH | Today we are the world's 5th biggest economy. The country is transforming. 'Pehle hum Kabootar chhodte the, aaj Cheetah chhod rahe hai': PM Narendra Modi at the launch of the National Logistics Policy, in Delhi pic.twitter.com/2V1jtAAtsW
— ANI (@ANI) September 17, 2022
ଦିଲ୍ଲୀରେ ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଆଜି ଆମେ ବିଶ୍ୱର 5ମ ବୃହତ୍ତମ ଅର୍ଥନୀତିରେ ପହଞ୍ଚିଲେଣି । ଦେଶ ବଦଳୁଛି । 'ପୂର୍ବରୁ ଆମେ କପୋତ ଛାଡିଯାଉଥିଲୁ, ଆଜି ଆମେ ଚିତା ଛାଡିଛୁ'। ଭାରତ ବଡ଼ ରପ୍ତାନି ଲକ୍ଷ୍ୟ ସ୍ଥିର କରୁଛି, ସେଗୁଡ଼ିକୁ ପୂରଣ କରୁଛି । ଭାରତ ଏକ ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହେଉଛି, ଏହା ବିଶ୍ୱ ମନରେ ସ୍ଥିର ହେଉଛି । ଏଭଳି ପରିସ୍ଥିତିରେ ଜାତୀୟ ଲଜିଷ୍ଟିକ୍ସ ନୀତି ସମସ୍ତ କ୍ଷେତ୍ର ପାଇଁ ନୂତନ ଶକ୍ତି ଆଣିଛି । ପଣ୍ଡିତ ନେହେରୁଙ୍କ ଏକ ଧଳା କପୋତ ଉଡାଇବାର ଚିତ୍ର ଶାନ୍ତିର ପ୍ରତୀକ । ଏହି ଫଟୋଟି ନୂଆଦିଲ୍ଲୀ ଷ୍ଟାଡିୟମରେ ରହିଛି , ଏହାକୁ ଲୋକେ ଖୁବ ପସନ୍ଦ କରିଥାନ୍ତି ।












Click it and Unblock the Notifications