ଆପ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ ଏମିତି
ଦିଲ୍ଲୀରେ ବହୁ ପ୍ରତିକ୍ଷୀତ ବିଜୟ ହାସଲ କରିଛି ବିଜେପି। ଆଉ ବିଜୟର ଜବରଦସ୍ତ ଉତ୍ସବ ପାର୍ଟି କାର୍ୟ୍ୟାଳୟରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧନ କରିଛନ୍ତି।

ବିପୁଳ ବିଜୟ ପାଇଁ ଦିଲ୍ଲୀ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ କେବଳ ଦଳୀୟ କର୍ମୀ ଓ ଦିଲ୍ଲୀ ଭୋଟରଙ୍କୁ ଧନ୍ୟବାଦ ଦେଇନାହାଁନ୍ତି ବରଂ ଏହାସହ ସହ କଡା ଭାଷାରେ ଆପକୁ ନିନ୍ଦା କରିଛନ୍ତି । ମୋଦୀ କହିଛନ୍ତି କି, ଦୀର୍ଘ ୧୦ ବର୍ଷ ହେବ ଦିଲ୍ଲୀରେ ଏକ ମିଛ ସରକାର ଚାଲିଥିଲା । ଆପକୁ ପରୋକ୍ଷରେ ସେ କଠୋଇ ବେଇମାନ ପାର୍ଟି ବୋଲି କହିଛନ୍ତି ।












Click it and Unblock the Notifications