ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେବା ପଡିଲା ମହଙ୍ଗା, ଅଭିଯୁକ୍ତକୁ ଗିରଫ କଲା ପୋଲିସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିଛି। ମୁମ୍ବାଇର ୱର୍ଲି ପୁଲିସ ଅଭିଯୁକ୍ତକୁ ରାଜସ୍ଥାନର ଅଜମେରରୁ ଗିରଫ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଗିରଫ ଅଭିଯୁକ୍ତର ବୟସ ୩୬ ବର୍ଷ ଥିବା ବେଳେ ନାମ ତାର ମହମ୍ମଦ ବାଗ ମିର୍ଜା ବୋଲି ଜଣାପଡ଼ିଛି । ମହମ୍ମଦ ଅଜମେରର ଏକ ଘରୋଇ କମ୍ପାନିରେ କାମ କରୁଥିଲା।
ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ ମହମ୍ମଦ ବାଗ ମିର୍ଜା ଗତ ଶନିବାର ଦିନ ଅତ୍ୟଧିକ ମଦ୍ୟପାନ କରି କାମ କରିବାକୁ କମ୍ପାନିକୁ ଯାଇଥିଲା। ମହମ୍ମଦର ଅବସ୍ଥା ଦେଖି କମ୍ପାନି ମାଲିକ ତାକୁ କାମ କରିବାକୁ ମନା କରି ଘରକୁ ପଠାଇ ଦେଇଥିଲେ। ଏହି ଘଟଣାରେ ଅଭିଯୁକ୍ତ କ୍ରୋଧିତ ହେବା ସହିତ ନିଶାସକ୍ତ ଅବସ୍ଥାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନ ପ୍ରତି ବିପଦ ଥିବା ଏକ ବାର୍ତ୍ତା ଟାଇପ୍ କରି ମୁମ୍ବାଇର ଟ୍ରାଫିକ୍ ପୁଲିସ କଣ୍ଟ୍ରୋଲ୍ ନମ୍ବରକୁ ପଠାଇ ଦେଇଥିଲା।












Click it and Unblock the Notifications