ସ୍ବାଧୀନତା ଦିବସ ଇତିହାସର ସବୁଠୁ ଲମ୍ବା ଭାଷଣ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଅନେକ ବଡ଼ ଘୋଷଣା କରିଥିଲେ। ସେ ସାମଗ୍ରୀ ଏବଂ ସେବା କରରେ ବଡ଼ ପରିବର୍ତ୍ତନ ସମ୍ପର୍କରେ ସଙ୍କେତ ଦେବା ସହ ଦୀପାବଳିରେ ଦେଶବାସୀଙ୍କୁ ସ୍ୱତନ୍ତ୍ର ଉପହାର ଦେବା ବିଷୟରେ କହିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି। ସେ ଲାଲକିଲାର ପ୍ରାଚୀରରୁ ସବୁଠାରୁ ଲମ୍ବା ଭାଷଣ ଦେଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ୧୦୩ ମିନିଟ୍ ପାଇଁ ଦେଶକୁ ସମ୍ବୋଧିତ କରିଥିଲେ।

modi

ଏହା ପୂର୍ବରୁ ସେ କେବେ ବି ଏତେ ସମୟ ଭାଷଣ ଦେଇନଥିଲେ। ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ସବୁଠାରୁ ଲମ୍ବା ଭାଷଣ ଦେଇ ୯୮ ମିନିଟ୍ ପର୍ଯ୍ୟନ୍ତ ଦେଶକୁ ସମ୍ବୋଧିତ କରିଥିଲେ। ଚଳିତ ବର୍ଷ ନିଜର ଏହି ରେକର୍ଡ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ। ଯଦି ଅତୀତକୁ ଦେଖିବା ତେବେ ୨୦୨୩ ମସିହାରେ ୯୦ ମିନିଟ୍, ୨୦୨୨ ମସିହାରେ ୮୨ ମିନିଟ୍, ୨୦୨୧ ମସିହାରେ ୮୮ ମିନିଟ୍ ପାଇଁ ପ୍ରଧାନମନ୍ତ୍ରୀ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବୁଠାରୁ ଛୋଟ ଭାଷଣ ୫୬ ମିନିଟ୍‌ର ଥିଲା, ଯାହା ୨୦୧୭ ମସିହାରେ ସେ ଦେଇଥିଲେ। ସେ ୨୦୧୪ ମସିହାରେ ଦେଶକୁ ସେ ୬୬ ମିନିଟ୍ ପାଇଁ ସମ୍ବୋଧିତ କରିଥିଲେ।

ଶୁକ୍ରବାର ଦିନ ସ୍ୱାଧୀନତା ଦିବସ ଅବସର‌ରେ ଦେଇଥିବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ବଡ଼ ବଡ଼ ଘୋଷଣା କରିଥିଲେ। ଜିଏସଟିଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ଟାରିଫ୍ ପର୍ଯ୍ୟନ୍ତ, ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା କରି ନିଜର ପ୍ରତିକ୍ରିୟା ରଖିଥିବା ଦେଖାଯାଇଥିଲା। ଏହି ଭାଷଣରେ ଦେଶର ସୁରକ୍ଷା ଓ ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ। ଏହି ଭାଷଣରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା 'ସୁଦର୍ଶନ ଚକ୍ର'ର ଘୋଷଣା।

ଯୁବପିଢ଼ିଙ୍କୁ ବଡ଼ ଉପହାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ିଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ନାମରେ ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ ୩.୫ କୋଟି ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ, ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା ଯୁବପିଢ଼ିଙ୍କୁ ସରକାର ୧୫,୦୦୦ ଟଙ୍କା ପ୍ରଦାନ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+