ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ: ଅମୃତ ଭାରତ ଟ୍ରେନର ହେଲା ଶୁଭାରମ୍ଭ

ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶାଳ ରୋଡ୍ ସୋ'କରିବା ପରେ ଅଯୋଧ୍ୟା ଷ୍ଟେସନ୍ ଲୋକର୍ପଣ କଲେ ମୋଦି । ଆଜି ୧୫ ହଜାର କୋଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି । ସେହିପରି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ ମୋଦି । ସେପଟେ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।

ayodhya railway station

ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କରିଛନ୍ତି ମୋଦି । ଅଯୋଧ୍ୟା ଧାମ ଷ୍ଟେସନରେ ସବୁଜ ପତାକା ଦେଖାଇବା ଅମୃତ ଭାରତ ଟ୍ରେନ ଓ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ମୋଦି ।

ଅଯୋଧ୍ୟା ଧାମ ଷ୍ଟେସନରରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏହି ରେଳଷ୍ଟେସନ ସମସ୍ତଙ୍କ ପାଇଁ ଉର୍ଦ୍ଦିଷ୍ଟ ବୋଲି ମୋଦି କହିଛନ୍ତି । ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଆଉ କିଛି ସମୟ ମଧ୍ୟରେ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ। ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ୧୪୫୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଛି। ଏହାର ଟର୍ମିନାଲ୍ ୬୫୦୦ ବର୍ଗ କିଲୋମିଟରେ ରହିଛି, ଯେଉଁଠାରେ ପ୍ରତିବର୍ଷ ୧୦ ଲକ୍ଷ ଯାତ୍ରୀ ଯାତ୍ରା କକିପାରିବେ ।

ପ୍ରଧାନମନ୍ତ୍ରୀ ମୋଦି ଦିନ 1 ଟାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ରାଜ୍ୟ ପାଇଁ ୧୫ ଶହ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିବେ। ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ୧୧,୧୦୦କୋଟି ଟଙ୍କା ଏବଂ ୟୁପିରେ ଥିବା ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ୪,୬୦୦ କୋଟି ଟଙ୍କା ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+