ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
Iran Helicopter Crash: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତ । ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ଦିନ ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଭାରତ-ଇରାନ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ପରିବାର ଏବଂ ଇରାନବାସୀଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି । ଏହି ଦୁଃଖ ସମୟରେ ଭାରତର ସମର୍ଥନ ଇରାନ ସହ ରହିଛି ।
Deeply saddened and shocked by the tragic demise of Dr. Seyed Ebrahim Raisi, President of the Islamic Republic of Iran. His contribution to strengthening India-Iran bilateral relationship will always be remembered. My heartfelt condolences to his family and the people of Iran.…
— Narendra Modi (@narendramodi) May 20, 2024
ସୂଚନାଥାଉ ଯେ, ଇରାନର ରାଷ୍ଟ୍ରପତି ରାଇସି, ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଇରାନର ଉତ୍ତର-ପଶ୍ଚିମ ଭାଗରେ ଥିବା ଏକ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସୋମବାର ଦିନ ଇରାନ ରାଷ୍ଟ୍ରପତି ରାଇସିଙ୍କ ସମେତ ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁକୁ ନିଶ୍ଚିତ କରାଯାଇଛି ।

ଏହାପୂର୍ବରୁ ରବିବାର ଦିନ ହେଲିକପ୍ଟର ଦୁର୍ଘଟଣା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ସଙ୍କଟରେ ଭାରତ ଇରାନ ଲୋକଙ୍କ ସହ ଏକତା ରଖିଛି। ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏକ ବେଲ 212 ହେଲିକପ୍ଟରରେ (ଆମେରିକୀୟ) ଯାତ୍ରା କରୁଥିଲେ। ଏଥିରେ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଦୁଲ୍ଲାୟାନଙ୍କ ସମେତ ୭ ଜଣ ସାମିଲ ଥିଲେ । ଖରାପ ପାଗ ଯୋଗୁ ହେଲିକେପ୍ଟରଟି କ୍ରାସ୍ ହୋଇଥିବା ନେଇ ସୂଚନା ।












Click it and Unblock the Notifications