ନିଯୁକ୍ତି ମେଳାରେ ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେସିଂ ମାଧ୍ୟମରେ ରୋଜଗାର ମେଳାକୁ ଉଦଘାଟନ କରିଛନ୍ତି । ନବ ନିଯୁକ୍ତଙ୍କୁ ସମ୍ବୋଧିତ କରିବା ସହିତ ୭୧ ହଜାର ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି । ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ରୋଜଗାର ମେଳା ହେଉଛି ପିଏମ୍ ମୋଦିଙ୍କର ଏକ ବଳିଷ୍ଠ ପଦକ୍ଷେପ । ଏହି ମେଳା ଯୁବ ସମାଜକୁ ରାଷ୍ଟ୍ର ନିର୍ମାଣ ସହ ନିଜକୁ ଶସକ୍ତ କରିବାରେ ସହାୟକ ହେଉଛି ।

ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଲାଗି ଏହି ମେଳା ଅନୁଷ୍ଠିତ ହେଉଛି । ନବ ନିଯୁକ୍ତମାନେ କେନ୍ଦ୍ର ସରକାରଙ୍କ ସୌରାଷ୍ଟ୍ର ମନ୍ତ୍ରଣାଳୟ, ଡାକ, ବିଭାଗ, ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥ ସହ ଅନ୍ୟ ପ୍ରମୁଖ ବିଭାଗରେ କାର୍ଯ୍ୟ କରିବେ । ଅକ୍ଟୋବର ମାସରେ ପିଏମ୍ ମୋଦି ଭିସିରେ ଜରିଆରେ ୫୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିଥିଲେ । ଦେଶର ୪୦ଟି ସ୍ଥାନରେ ରୋଜଗାର ମେଳା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଣ ଧାରାକୁ କେନ୍ଦ୍ର ସରକାର ତ୍ୱରାନ୍ୱିତ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୨୨ ଅକ୍ଟୋବର ୨୨ରେ ସାରା ଦେଶରେ ରୋଜଗାର ମେଳା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଲକ୍ଷଙ୍କୁ ନିଯୁକ୍ତି ପତ୍ର ମିଳିଛି ।












Click it and Unblock the Notifications