ଜୋର୍ଡ଼ାନ୍ର ଅମ୍ମାନଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ , ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଜୋର୍ଡ଼ାନ୍ ପ୍ରତିପକ୍ଷ
ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର୍ଡ଼ାନ୍ର ଅମାନଠାରେ ପହଞ୍ôଚଛନ୍ତି । ବିମାନବନ୍ଦରଠାରେ ଜୋର୍ଡ଼ାନ୍ ପ୍ରଧାନମନ୍ତ୍ରୀ ଡକ୍ଟର ଜାଫର ହସନ୍ ଶ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି' ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନାପାଇଁ ଜୋର୍ଡ଼ାନ୍ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି । ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦି ଜୋର୍ଡ଼ାନ୍ ଗସ୍ତରେ ଯାଇଛନ୍ତି ।

ନୂଆଦିଲ୍ଲୀରୁ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଗସ୍ତ ଅବସରରେ ରାଜା ଅବଦୁଲ୍ଲା ଏବଂ ଜୋର୍ଡ଼ାନ୍ ପ୍ରତିପକ୍ଷ ଜାଫର ହାସାନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ୍ ପ୍ରସଙ୍ଗ ନେଇ ଆଲୋଚନା କରିବେ । ଅମାନଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ପ୍ରଧାନମନ୍ତ୍ରୀ ଭାବବିନିମୟ କରିବାର କାର୍ଯ୍ୟସୂଚୀ ରହିଛି । ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
ଜୋର୍ଡ଼ାନ ଗସ୍ତ ଶେଷକରି ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅମାନ୍ରୁ ଇଥିଓପିଆ ରାଜଧାନୀ ଆଦିସ୍ ଆବାବାକୁ ଗସ୍ତ କରିବେ । ସେଠାରେ ଇଥିଓପିଆ ପ୍ରତିପକ୍ଷ ଡକ୍ଟର ଆବି ଅହମ୍ମଦ ଅଲ୍ଲିଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ମତ ବିନିମୟ କରିବେ । ସେଠାକାର ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମୋଦି ଭେଟିବା ସହିତ ସଂସଦର ମିଳିତ ଅଧବବେଶନକୁ ସମ୍ବୋଧନ କରିବେ ।
ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ବୁଧବାର ଦିନ ଓମାନ୍ର ରାଜଧାନୀ ମସ୍କଟଠାରେ ପହଞ୍ôଚବେ । ଭାରତ ଏବଂ ଓମାନ ମଧ୍ୟରେ କୂଟନୈତିକ ସମ୍ପର୍କର ଚଳିତ ବର୍ଷ ୭୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ମସ୍କଟ୍ଠାରେ ଶ୍ରୀ ମୋଦି ଓମାନର ସୁଲ୍ତାନଙ୍କ ସହ ଆଲୋଚନା କରିବା ସହିତ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ ।












Click it and Unblock the Notifications