କେବଳ ପଇଡ଼ ପାଣି ଏବଂ ଚଟାଣରେ ଶୋଇବା ...ପ୍ରଧାନମନ୍ତ୍ରୀ ମୋଦି ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଏହିପରି ପାଳୁଛନ୍ତି ନିୟମ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ରେ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନର ରୀତିନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧି ନିୟମ କଡାକଡି ପାଳନ କରୁଛନ୍ତି । ସୂଚନାନୁସାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାଣ ପ୍ରତିଷ୍ଠାରେ ଯଯମାନର ଆବଶ୍ୟକ ନିୟମର ଖାସ୍ ଧ୍ୟାନ ରଖୁଛନ୍ତି । ଏହି କାରଣରୁ ପ୍ରାଧନମନ୍ତ୍ରୀ କେବଳ ନଡ଼ିଆ ପାଣି ପିଉଛନ୍ତି । ଆଉ ଘରର ଚଟାଣରେ କେବଳ କଂବଳ ବିଛାଇ ସୋଉଛନ୍ତି । ରାମଲଲାଙ୍କ ବିଧି ନିୟମ ରିତିନୀତିର ଆଜି ହେଉଛି ଅଷ୍ଟମ ଦିନ ଏବଂ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇ ନାହାନ୍ତି ।

ବିଧି ନିୟମକୁ ପାଳନ କରିବା ଅତ୍ୟନ୍ତ କଷ୍ଟକର ବୋଲି ସାଧାରଣତଃ କୁହା ଯାଏ । । ଏହି କଠିନ ନିୟମ ମାନିବା ସହିତ ପ୍ରଧାନମନ୍ତ୍ରୀ ତାଙ୍କର ସରକାରୀ କାର୍ଯ୍ୟ କରୁଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ର, କେରଳ ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିଛନ୍ତି ।

narendra modi 11 day fast ritual

ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଉତ୍ସର୍ଗୀକୃତ ହେବା ପୂର୍ବରୁ ୧୧ ଦିନ ଧରି ସ୍ୱତନ୍ତ୍ର ରୀତିନୀତି କରୁଛନ୍ତି । ଜାନୁଆରୀ ୧୨, ୨୦୨୪ ରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ସେ କହିଥିଲେ , "ବର୍ତ୍ତମାନ ଅଯୋଧ୍ୟାରେ ରାମ ଲାଲାଙ୍କ ସମର୍ପଣ ପାଇଁ ମାତ୍ର ୧୧ ଦିନ ବାକି ଅଛି ।

ମୁଁ ଭାଗ୍ୟବାନ ଯେ ମୁଁ ମଧ୍ୟ ଏହାର ସାକ୍ଷୀ ହେବି । ରାମ ଲଲାଙ୍କ ପ୍ରାଣ ପ୍ରତୀଷ୍ଠାପୂର୍ବରୁ ମୁଁ ଆଜିଠାରୁ ୧୧ ଦିନର ଏକ ବିଶେଷ ରୀତିନୀତି ଆରମ୍ଭ କରୁଛି । ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଉତ୍ସର୍ଗୀକୃତ ସମାରୋହର ମୁଖ୍ୟ ଯଯମାନ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+