ବିହାର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ, କହିଲେ-ଆଉ ଫେରିବନି ଜଙ୍ଗଲରାଜ
ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ମାଖନା ମାଳ ପିନ୍ଧାଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବିହାରବାସୀ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି। ରାଜ୍ୟରେ ଆଉ କେବେ ଜଙ୍ଗଲରାଜ ଫେରିବନି। ବିହାରରେ ବିପୁଳ ବିଜୟ ରାଜ୍ୟବାସୀଙ୍କ ଅତୁଟ ବିଶ୍ଵାସର ପ୍ରତିଫଳନ। ମିଥ୍ୟାର ପରାଜୟ ହୁଏ। ଜାମିନରେ ଫେରିଥିବା ଲୋକଙ୍କ ସାଥ୍ ଦେଲେନି ରାଜ୍ୟବାସୀ। ଗଣତନ୍ତ୍ରକୁ ଆକ୍ରମଣ କରୁଥିବା ଲୋକଙ୍କୁ ରାଜ୍ୟବାସୀ ଉଚିତ ଜବାବ ଦେଇଛନ୍ତି।

ନଡ୍ଡା କହିଥିଲେ, ବିହାର ନିର୍ବାଚନ ବିକାଶ ବନାମ ଜଙ୍ଗଲରାଜ ମଧ୍ୟରେ ଥିଲା। ବିହାରରେ ଏନଡିଏର ବିଜୟ ପାଇଁ ସେ ଦଳର କୋଟି କୋଟି କର୍ମୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ବୋଲି କହିଥିଲେ। ବିହାରରେ ଏନଡିଏର ବିଜୟ ସୁନାମୀ ପରି ଥିଲା ବୋଲି ସେ କହିଥିଲେ।












Click it and Unblock the Notifications