Narendra Modi: ଟ୍ରମ୍ପଙ୍କ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା

ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆସିବା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଭାରତ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରଶଂସା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ବୟାନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପ୍ରତିକ୍ରିୟାରେ କହିଛନ୍ତି, ଭାରତ ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି।

ଭାରତ ଓ ଆମେରିକା ମଧ୍ୟରେ ସକରାତ୍ମକ ରଣନୈତିକ ସହଭାଗିତା ରହିଛି। ଉଭୟ ରାଷ୍ଟ୍ର ଆନ୍ତର୍ଜାତୀୟ ସ୍ତରରେ କାମ କରିବାକୁ ଆଗ୍ରହୀ।ଦୁଇ ନେତାଙ୍କ ମଧ୍ୟରେ ସକାରାତ୍ମକ ଆଦାନପ୍ରଦାନ ସୂଚାଇ ଦେଉଛି ଯେ ଟ୍ରମ୍ପ ଏବଂ ତାଙ୍କ ଅଧିକାରୀଙ୍କ ଦ୍ୱାରା ଭାରତ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେବା ପରେ ବି ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ପୁନଃସ୍ଥାପନର ସମ୍ଭାବନା ରହିଛି।

Prime Minister Modi s response after Trump s remarks

ତେବେ ରୁଷଠାରୁ ଅଶୋଧିତ ତେଲ କିଣୁଥିବାରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବା ସତ୍ତ୍ୱେ ଭାରତ ଏପର୍ଯ୍ୟନ୍ତ ସିଧାସଳଖ ଆମେରିକାକୁ ବିରୋଧ କରିବା କିମ୍ବା ଟ୍ରମ୍ପଙ୍କୁ ସମାଲୋଚନା କରିବାରୁ ନିବୃତ୍ତ ରହିଛି।ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଭାରତ ଏବଂ ରୁଷିଆର ଚୀନ୍ ସହିତ ବଢୁଥିବା ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରତିକ୍ରିୟା ଦେଇଥିଲେ। ଯେଉଁଥିରେ ସେ ଲେଖିଥିଲେ, " ଆମେ ଭାରତ ଏବଂ ରୁଷିଆକୁ ଗଭୀର, ଅନ୍ଧକାର ଚୀନ ହାତରେ ହରାଇ ଦେଇଛୁ। ମୁଁ ସେମାନଙ୍କୁ ଏକ ଦୀର୍ଘ ଓ ସମୃଦ୍ଧ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି।" ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ତିନି ନେତାଙ୍କୁ ଏକାଠି ଦେଖାଯିବାର କିଛି ଦିନ ପରେ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+