ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ
ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଲଗାତାର ଆକ୍ରମଣ ଜାରି ରହିଛି। ଆକ୍ରମଣକୁ ୧୦୦ ଘଣ୍ଟାରୁ ଅଧିକ ସମୟ ବିତି ସାରିଛି। ବିଶ୍ବ ରାଜନୀତିରେ ବର୍ତ୍ତମାନ ବହୁତ କିଛି ବଦଳି ସାରିଛି। ଏହି ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି,ଭାରତ ଆଇନଗତ ଶାସନ, ଆଲୋଚନା ଏବଂ କୁଟନୀତିରେ ବିଶ୍ବାସ କରେ। କୌଣସି ସମସ୍ୟାର ସମାଧାନ ସାମରିକ ଲଢେଇ ଦ୍ବାରା ହୋଇପାରିବନି। ଉଲ୍ଲେଖନୀୟ ଯେ,ପିଏମ୍ ମୋଦିଙ୍କ ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଆମେରିକା ଓ ଇସ୍ରାଏଲ ଦ୍ବାରା ଇରାନ ଉପରେ କରାଯାଇଥିବା ଆକ୍ରମଣରେ ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁ ହୋଇସାରିଛି। ଏହାପରେ ଇରାନ ପାଲଟା ଆକ୍ରମଣ କରି ପଶ୍ଚିମ ଏସିଆରେ ଲଗାତାର ବିସ୍ଫୋରଣ କରୁଛି।

ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଫିନଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବଙ୍କୁ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ମିଶି ମିଡିଆକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଭାରତ ଓ ଫିନଲାଣ୍ଡ ଆଇନର ଶାସନ,ସମ୍ବାଦ ଓ କୁଟନୀତିରେ ବିଶ୍ବାସ ରଖନ୍ତି। କେବଳ ସାମରିକ ସଂଘର୍ଷ କୌଣସି ସମସ୍ୟାର ସମାଧାନ ନୁହେଁ,ତାହା ୟୁକ୍ରେନ୍ର ପ୍ରସଙ୍ଗ ହେଉ କିମ୍ବା ପଶ୍ଚିମ ଏସିଆର। ଆମେ ଦୁହେଁ ଏହି କଥା ଉପରେ ସହମତ ଯେ,ବିଶ୍ବ ସଂସ୍ଥାରେ ତୁରନ୍ତ ସୁଧାର ଦରକାର।'
ସେ କହିଛନ୍ତି, ୟୁକ୍ରେନ୍ରୁ ନେଇ ପଶ୍ଚିମ ଏସିଆ ପର୍ଯ୍ୟନ୍ତ ଦୁନିଆର ବହୁ ଅଂଶରେ ସଂଘର୍ଷ ଜାରି ରହିଛି। ଏଭଳି ସ୍ଥିତିରେ ବିଶ୍ବ ପରିସ୍ଥିତିରେ ଭାରତ ଓ ୟୁରୋପ... ଦୁନିଆର ଦୁଇ ପ୍ରମୁଖ କୁଟନୈତିକ ଶକ୍ତି ନିଜର ସମ୍ପର୍କର ସ୍ବର୍ଣ୍ଣିମ ସମୟରେ ପ୍ରବେଶ କରୁଛନ୍ତି। ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବୟାନ ଏଭଳି ସମୟରେ ସାମନାକୁ ଆସିଛି,ଯେତେବେଳେ ପଶ୍ଚିମ ଏସିଆରେ ଇରାନ ଆମେରିକାର ଆଡ୍ଡାକୁ ଖୋଜି ଖୋଜି ଟାର୍ଗେଟ କରିଥିଲା।












Click it and Unblock the Notifications