ଆସନ୍ତା ୩୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୮ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩୦ ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ । ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୮ତମ ସଂସ୍କରଣ । ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏ.ଆଇ.ଆର୍. ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ ।

ଏହା ଆକାଶବାଣୀ ସମ୍ବାଦ, ଡି.ଡି. ନ୍ୟୁଜ୍, ପି.ଏମ୍.ଓ. ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ ଷ୍ଟ୍ରିମିଙ୍ଗ୍ ହେବ । ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ ।












Click it and Unblock the Notifications