Get Updates
Get notified of breaking news, exclusive insights, and must-see stories!

ଗଣତନ୍ତ୍ର ଦିବସ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଜଣାଇଲେ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଗଣତନ୍ତ୍ର ଦିବସର ସମସ୍ତଙ୍କୁ ଶୁଭେଚ୍ଛା। ଜୟ ହିନ୍ଦ! ଆପଣ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ।

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ 73 ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଦିନଟି କେବଳ ଏକ ପର୍ବ ନୁହେଁ ବରଂ ଆମ ପାଇଁ ଏହା ଆମର ପରିଚୟର ପ୍ରତୀକ । ଏହି ପବିତ୍ର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଗଣତନ୍ତ୍ର ଦିବସର ସମସ୍ତଙ୍କୁ ଶୁଭେଚ୍ଛା। ଜୟ ହିନ୍ଦ! ଆପଣ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ।

 Prime Minister Modi

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, 73 ତମ ଗଣତନ୍ତ୍ର ଦିବସ ଅବସରରେ ଭାରତବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆମର ଗଣତନ୍ତ୍ରକୁ ପାଳନ କରିବା ଏବଂ ଆମର ସମ୍ବିଧାନରେ ଧାରଣା ଏବଂ ମୂଲ୍ୟବୋଧକୁ ସମ୍ମାନ କରିବା ଏହା ଏକ ସୁଯୋଗ । ଆମ ଦେଶର ନିରନ୍ତର ପ୍ରଗତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା ।

ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଟୁଇଟ୍ କରି କହିଛନ୍ତି ଯେ, 73 ତମ ଗଣତନ୍ତ୍ର ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ କରିବାକୁ ସଂକଳ୍ପବଦ୍ଧ ହୁଅନ୍ତୁ । ଜୟ ହିନ୍ଦ!

ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରିଛନ୍ତି ଯେ, ସମସ୍ତଙ୍କୁ 73 ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା। ମୁଁ ଭାରତର ଗର୍ବ, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ସୈନିକଙ୍କୁ ପ୍ରଣାମ କରୁଛି। ସ୍ୱାଧୀନତାର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ପାଇଁ ଆଜି ଆମେ ସମସ୍ତେ ପ୍ରତିଶୃତି ଦେବା ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି ଯେ 1950 ମସିହାରେ ଗଣତନ୍ତ୍ର ଦିବସରେ ଆମ ଦେଶ ଆତ୍ମବିଶ୍ୱାସର ସହିତ ସଠିକ୍ ଦିଗରେ ପ୍ରଥମ ପଦକ୍ଷେପ ନେଇଛି। ସତ୍ୟ ଏବଂ ସମାନତା ଦିଗରେ ସେହି ପ୍ରଥମ ପଦକ୍ଷେପକୁ ନମସ୍କାର | ଶୁଭ ଗଣତନ୍ତ୍ର ଦିବସ। ଜୟ ହିନ୍ଦ!

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+