ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି, ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନର କରିବେ ଉଦଘାଟନ
PM Modi in Ayodhya: ଅଯୋଧ୍ୟାରେ ପହଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଧାମ ରେଳ ଷ୍ଟେସନ ଏବଂ ବିମାନବନ୍ଦରର ଉଦଘାଟନ କରିବା ସହ ୧୫ ହଜାର ୭୦୦କୋଟିର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

୧୪ ଶହ ୫୦ କୋଟି ବ୍ୟୟରେ ନିର୍ମାଣ କରାଯାଇଛି ବିମାନବନ୍ଦକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ସେହିପରି ୨୪୦ କୋଟି ଟଙ୍କା ବ୍ୟୟରେ ଆଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି ତେବେ ମୋଟ୍ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷାବ୍ୟବସ୍ଥା କଡ଼ାକଡି କରାଯିବା ସହ ପୁରା ସହରକୁ ବିଭିନ୍ନ ରଙ୍ଗର ଫୁଲରେ ସଜା ଯାଇଇଛି । ମୋଦିଙ୍କ ଗସ୍ତ ପୂର୍ବବୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଯୋଧ୍ୟାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ମୋଦିଙ୍କ ବିଶାଳ ରୋଡ ସୋ'କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications