ଆଜି ଗ୍ରାମୀଣ ଭାରତ ମହୋତ୍ସବକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଗ୍ରାମୀଣ ଭାରତ ମହୋତ୍ସବ-୨୦୨୫କୁ ଉଦଘାଟନ କରିବେ । ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି, ଆତ୍ମନିର୍ଭରଶୀଳ ଅର୍ଥନୀତି ସୃଷ୍ଟି ଏବଂ ଗ୍ରାମୀଣ ସମୁଦାୟ ମଧ୍ୟରେ ଅଭିନବତାକୁ ପ୍ରୋତ୍ସାହିତ କରିବା ଏହି ମହୋତ୍ସବ ପାଳନର ଉଦ୍ଦେଶ୍ୟ ବୋଲି ଆମ ପ୍ରତିନିଧି ଜଣାଇଛନ୍ତି । ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଏବଂ ପ୍ରସାର କରିବାରେ ଏହି ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

୬ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ବିଷୟବସ୍ତୁ ରହିଛି ୨୦୪୭ ବିକଶିତ ଭାରତ ଗଠନ ପାଇଁ ସଶକ୍ତ ଗ୍ରାମୀଣ ବ୍ୟବସ୍ଥା । ଉଦ୍ୟୋଗ ମାଧ୍ୟମରେ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ଏହି ମହୋତ୍ସବ ପାଳନର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରର ସରକାରୀ ଅଧିକାରୀ, ଗ୍ରାମୀଣ ଉଦ୍ୟୋଗୀ, କାରିଗର ଏବଂ ଅଂଶୀଦାରମାନଙ୍କୁ ଏକାଠୀ କରି ସହଯୋଗୀ ଓ ସାମୂହିକ ଗ୍ରାମୀଣ ପରିବର୍ତ୍ତନ ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ । ଉତ୍ତର-ପୂର୍ବ ଭାରତ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ଗ୍ରାମବାସୀଙ୍କ ମଧ୍ୟରେ ଅର୍ଥନୈତିକ ସ୍ଥିରତା ଓ ଆର୍ଥିକ ନିରାପତ୍ତାକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି ମହୋତ୍ସବ ବିଶେଷ ସହାୟକ ହେବ












Click it and Unblock the Notifications