Get Updates
Get notified of breaking news, exclusive insights, and must-see stories!

ଆଜି ମହାକୁମ୍ଭ ଯିବେ ପ୍ରଧାନମନ୍ତ୍ରୀ ମୋଦି, ୧୧ଟାରେ ସଙ୍ଗମରେ କରିବେ ସ୍ନାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥା ବୁଧବାର (୫ ଫେବୃଆରୀ ୨୦୨୫) ମହାକୁମ୍ଭ ସ୍ନାନ ପାଇଁ ଯିବେ। ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚିବେ, ତା'ପରେ ସେ ସଙ୍ଗମରେ ସ୍ନାନ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇଥିଲା। ତେବେ ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ ରେ ପୌଷ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୨୬ ରେ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ।

Minister Modi

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO) କହିଛି ଯେ ମହାକୁମ୍ଭ ହେଉଛି ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହା ସାରା ବିଶ୍ୱରୁ ଭକ୍ତଙ୍କୁ ଆକର୍ଷିତ କରେ। ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ତୀର୍ଥଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ତୀର୍ଥସ୍ଥଳଗୁଡ଼ିକରେ ଭିତ୍ତିଭୂମି ଏବଂ ସୁବିଧା ବୃଦ୍ଧି ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନିଆଯାଉଛି। ପୂର୍ବରୁ, ଡିସେମ୍ବର ୧୩, ୨୦୨୪ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ପାଇଁ ସଂଯୋଗ, ସୁବିଧା ଏବଂ ସେବାକୁ ଉନ୍ନତ କରିବା ପାଇଁ ୫,୫୦୦ କୋଟି ଟଙ୍କାର ୧୬୭ଟି ବିକାଶ ପ୍ରକଳ୍ପର ଉଦଘାଟନ କରିଥିବା ବିବୃତ୍ତିରେ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+