ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା କାଲି ଦେଶକୁ ଦେବେ ବଡ଼ ଉପହାର, ଜାଣନ୍ତୁ କେଉଁ ଉପହାର ଦେବକୁ ଯାଉଛନ୍ତି ମୋଦି

ନୂଆଦିଲ୍ଲୀ : ଆସନ୍ତା କାଲି (ଡିସେମ୍ବର ୩୦) ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାକୁ ଭେଟିଦେବେ ଚାରି ଚାରିଟି ବଡ଼ ଉପହାର । ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ, ନବୀକୃତ ଅଯୋଧ୍ୟା ଧାମ ଜଙ୍କସନ୍ ରେଲୱେ ଷ୍ଟେସନର ଲୋକାର୍ପଣ ଏବଂ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ । ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ସହିତ ଅଯୋଧ୍ୟାରେ ଜନସଭାକୁ ସମ୍ବୋଧନ କରିବେ ମୋଦି ।

ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦: ୪୫ ରେ ଅଯୋଧ୍ୟା ବିମାନବନ୍ଦରରେ ପହଞ୍ଚିବେ । ଏଠାରୁ ସେ ରୋଡ୍ ସୋ ପାଇଁ ସିଧାସଳଖ ଯିବେ । ତାଙ୍କର ରୋଡ୍ ସୋ NH୨୭ ରୁ ଧରାମ ପଥ, ଲତା ଚକ୍‌, ରାମ ପଥ, ଟେଡି ବଜାର ଏବଂ ମୁହଭାରା ବଜାର ଦେଇ ଅଯୋଧ୍ୟା ଧାମ ରେଳ ଷ୍ଟେସନରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ରୋଡ୍ ସୋ କରିବା ସମୟରେ ରାମ ଲାଲା ଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପରେ ସେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ କରିବେ ।

Narendra modi

ଏଠାରେ ଅଯୋଧ୍ୟା ଧାମ ଜଙ୍କସନ୍ ରେଲୱେ ଷ୍ଟେସନର ଲୋକାର୍ପଣ ଏବଂ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ । ବିମାନବନ୍ଦର ପାଖରେ ଥିବା ପଡ଼ିଆରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଉଦ୍ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସରିବା ପରେ ସେ ଅପରାହ୍ନ ୨:୨୫ ମିନିଟ ରେ ଅଯୋଧ୍ୟା ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର ରହିଛି କାର୍ଯ୍ୟକ୍ରମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+