ଆଜି ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା କରିବେ ମୋଦୀ, ଉପସ୍ଥିତ ରହିବେ ସମସ୍ତ ବିଜେପି ସାଂସଦ
ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ । ପ୍ରାୟ ୭୪ ମିନିଟର ସମ୍ବୋଧନରେ ସେ ସରକାରଙ୍କ ଦୂରଦୃଷ୍ଟି ଏବଂ ଗତ ୧୦ ବର୍ଷ ମଧ୍ୟରେ ଦେଶରେ କରାଯାଇଥିବା କାର୍ଯ୍ୟ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଥିଲେ । ଆଜି ଲୋକସଭାରେ ଧନ୍ୟବାଦ ଆଲୋଚନା ହେବାକୁ ଥିବା ବେଳେ ସମସ୍ତ ବିଜେପି ସାସଂଦ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି । ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

କେନ୍ଦ୍ର ସରକାରଙ୍କ ସଫଳତା ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ବିସ୍ତୁତ ଭାବେ ସୂଚନା ଦେଇଥିଲେ । ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ରାଷ୍ଟ୍ରପତି । ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କଥା ମଧ୍ୟ ତାଙ୍କ ଅଭିଭାଷଣରେ କହିଥିଲେ ।
ବଜେଟ୍ ଅଧିବେଶନ ପୂର୍ବରୁ ଉଭୟ ଗୃହକୁ ସମ୍ବୋଧନ କରିଥିଲେ ମହାମହିମ ରାଷ୍ଟ୍ରପତି । ମିଳିତ ସଦନକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ନିଜ ବକ୍ତବ୍ୟରେ ଭାରତର ଶ୍ରେଷ୍ଠତା ବଖାଣିଥିଲେ ।ଏହି ଅବସରରେ ନୂଆ ଭାରତ, ଭାରତରେ ଜି -20 ସମ୍ମିଳନୀର ସଫଳତା, ଶ୍ରେଷ୍ଠ ଭାରତର ସଂକଳ୍ପ ପାଇଁ ଆହ୍ୱାନ ଦେଇଛନ୍ତି । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇ ସାରିଛି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ବୋଲି କହିଥିଲେ ରାଷ୍ଟ୍ରପତି ।ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି ।












Click it and Unblock the Notifications