ଫ୍ରାନ୍ସ ଗସ୍ତ ଶେଷ କରି ୟୁଏଇ ଗଲେ ପ୍ରଧାନମନ୍ତ୍ରୀ ମୋଦି

PM Modi UAE Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ଜୁଲାଇ ଶନିବାର ଦିନ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ୟୁଏଇ ଗଲେ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି ଲେଖିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଫଳ ଗସ୍ତ ପରେ ଫ୍ରାନ୍ସରୁ ବିଦାୟ ନେଇଛନ୍ତି । ମୋଦିଙ୍କ ଏହି ଗସ୍ତ ଭାରତ-ଫ୍ରାନ୍ସ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଆବୁ ଧାବି ଗସ୍ତ କରିଛନ୍ତି ।

pm modi

ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗସ୍ତ ସମୟରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି । ଏହା ସହ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ତ କ୍ରସ ଲେଗିନରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି ।

ନିଜ ୟୁଏଇ ଗସ୍ତକୁ ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁଏଇକୁ ମୋର ଯାତ୍ରା ଆମର ବ୍ୟାପକ ରଣନୀତିରେ ଏକ ନୂଆ ଅଧ୍ୟାୟ ଯୋଡିବ । ଭାରତ ଓ ୟୁଏଇ ଫିନଟେକ୍ ପ୍ରତିରକ୍ଷା ସୁରକ୍ଷା ଏବଂ ଶକ୍ତି ସହିତ ବିଭିନ୍ନ କ୍ଷେତ୍ରରେ ଯୋଡି ହୋଇ ରହିଛନ୍ତି ।

ୟୁଏଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିର ରାଷ୍ଟ୍ରପତି ତଥା ଶାସକ ଶେଖ ମହମ୍ମଦ ବିନ୍ ଜାଏନ ଅଲ ନାହଜାନଙ୍କୁ ଭେଟିବେ। ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି, ଖାଦ୍ୟ, ସୁରକ୍ଷା ବିଜ୍ଞାନ, ପ୍ରଯୁକ୍ତି, ଶିକ୍ଷା, ପ୍ରତିରକ୍ଷା ଆଦି କ୍ଷେତ୍ର ବିଷୟରେ ଆଲୋଚନା ହେବ ଏବଂ ଉଭୟ ଦେଶର ସମ୍ପର୍କକୁ ଆହୁରି ସୁଦୃଢ କରାଯିବା ନେଇ ଆଲୋଚନା ହେବ ।

ସୂଚନାଥାଉ ଯେ, ପିଏମ ମୋଦିଙ୍କୁ 2019ରେ ୟୁଏଇର ସର୍ବୋଚ୍ଚ ସମ୍ମାନ 'ଅର୍ଡର ଅଫ୍ ଜାଏଦ୍' ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ଏହା ନରେନ୍ଦ୍ର ମୋଦିଙ୍କ ପଞ୍ଚମ ୟୁଏଇ ଗସ୍ତ । ଯାହା ଭାରତ ଏବଂ ୟୁଏଇ ମଧ୍ୟରେ ସମ୍ପର୍କ ଗଭୀର ହେବାର ପ୍ରମାଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+