ପୁଟିନ୍‌ଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରିଲେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି , ଯେଉଁଥିରେ ଦ୍ୱିପାକ୍ଷିକ ସ୍ୱତନ୍ତ୍ର ତଥା ସୁବିଧାଜନକ କୌଶଳ ଭାଗିଦାରୀରେ ବିଭିନ୍ନ ସକରାତ୍ମକ ବିକାଶ ବିଷୟରେ ଆଲୋଚନା କରିଛନ୍ତି । ଏହା ସହ ଭବିଷ୍ୟତର ପଦକ୍ଷେପ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ସହମତ ବ୍ୟକ୍ତ କରିଛନ୍ତି ଦୁଇ ନେତା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏକ ବିବୃତ୍ତିରେ ଏହି ସୂଚନା ଦେଇଛି ।

ପିଏମଓ ତରଫରୁ ଜାରି ବିବୃତ୍ତି ଅନୁଯାୟୀ ଏହି ଟେଲିଫୋନ୍ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ମଧ୍ୟ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଋଷକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡ଼ିଆ 'ଏକ୍ସ'ରେ ଏକ ପୋଷ୍ଟରେ କହିଛନ୍ତି ଯେ ଭବିଷ୍ୟତର ପଦକ୍ଷେପ ପାଇଁ ସେ ଏବଂ ପୁଟିନ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସହମତ ହୋଇଛନ୍ତି ।

modi and putin

ପିଏମଓ କହିଛି ଯେ ଦୁଇ ଦେଶ ମଧ୍ୟରେ ନିକଟରେ ହୋଇଥିବା ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନ ପରେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି । ପାରସ୍ପରିକ ଆଗ୍ରହର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ । ପିଏମଓ କହିଛି ଯେ ୨୦୨୪ ରେ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତର ସମ୍ପୂର୍ଣ୍ଣ ସମର୍ଥନ ଋଷ ସହିତ ରହିବାର ଭରାସା ଦେଇଛନ୍ତି । ଏହାସହ ବିବୃତ୍ତି ଅନୁଯାୟୀ ଉଭୟ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଛନ୍ତି ।

ସୂଚନାଯୋଗ୍ୟ, ଏଥର ବ୍ରିକ୍ସ ସମ୍ମିଳନୀ ରୁଷିଆରେ ଆୟୋଜିତ ହେବ । ବ୍ରିକ୍ସ ଗୋଷ୍ଠୀରେ ୫ଟି ଦେଶ ଯଥା ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ସାମିଲ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+