ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

 Prahlad Modi_ hospitalized

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦି ଅସୁସ୍ଥ । ତାଙ୍କୁ ଚେନ୍ନାଇ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୫ ଭାଇଭଉଣୀ । ପ୍ରହଲ୍ଲାଦ ମୋଦି ହେଉଛନ୍ତି ଦାମଦୋରଦାସ ମୁଲଚାନ୍ଦ ମୋଦି ଏବଂ ହିରାବେନଙ୍କର ଚତୁର୍ଥ ସନ୍ତାନ । ପ୍ରହ୍ଲାଦ ଅହମ୍ମଦାବାଦରେ ଏକ ତେଜରାତି ଦୋକାନ ଏବଂ ଟାୟାର ଶୋ' ରୁମ୍ ଚଳାଉଛନ୍ତି । ତେବେ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ପ୍ରହଲ୍ଲାଦ ମୋଦି କର୍ଣ୍ଣାଟକ ମୈସୁର ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ନିଜ ପରିବାର ସହ ଯାତ୍ରା କରିବା ସମୟରେ ଦୁର୍ଘଟଣା ଘଟିଥିଲା ।

ସୂଚନାଥାଉ ଯେ, ପିଏମ ମୋଦୀଙ୍କର ଗୋଟିଏ ଭଉଣୀ ଏବଂ ୪ ଭାଇ ଅଛନ୍ତି । ସୋମା ମୋଦୀ, ଅମୃତ ମୋଦୀ, ପଙ୍କଜ ମୋଦୀ, ପ୍ରହ୍ଲାଦ ମୋଦୀ ଏବଂ ଭଉଣୀ ବାସନ୍ତୀ ମୋଦୀ । ସୋମା ମୋଦୀ ପିଏମ ମୋଦୀଙ୍କ ବଡ଼ ଭାଇ ଯିଏ ସ୍ୱାସ୍ଥ୍ୟ ବିଭାଗରୁ ଅବସର ନେଇସାରିଛନ୍ତି । ସୋମା ମୋଦୀ ବର୍ତ୍ତମାନ ଅହମ୍ମଦାବାଦରେ ଏକ ବୃଦ୍ଧାଶ୍ରମ ଚଳାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+