ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
PM Modi: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦୀ । ଆଉ କିଛି ସମୟ ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହେବ ରୋଡ୍ ସୋ' । ବିଜେପି କାର୍ଯ୍ୟାଳୟଠାରୁ ଆରମ୍ଭ କରି ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ୍ ସୋ" । ପ୍ରଧାନମନ୍ତ୍ରୀଙ୍କର ଗୋଟେ ଝଲକ ପାଇବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଛନ୍ତି ।

ମୋଦୀଙ୍କ ଗସ୍ତ ପାଇଁ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଥିମରେ ଏକ ମଞ୍ଚ ତିଆରି କରାଯାଇଛି । ସେହିପରି ଆକର୍ଷଣୀୟ ବାଦ୍ୟ, ନୃତ୍ୟ ସଂଗୀତ ଏହି ରୋଡ୍ ସୋ'ରେ ଚାରଚାନ୍ଦ ଲଗାଇଛି । ସେହିପରି ଅନ୍ତର୍ଜାତୀୟ ଯୋଗ ଦିବସ, ବନ୍ଦେ ଭାରତ ଏକ୍ସପ୍ରେସ ଫ୍ଲେକ୍ସ, ହର୍ ଘର୍ ଜଲ୍ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଏବଂ ଜନଧନ ଯୋଜନାର କଟଆଉଟ୍, ଆଦିବାସୀ ମହିଳାଙ୍କ ଦ୍ୱାରା ପାରମ୍ପାରିକ ଗୀତସଂଗୀତ ସହ ନୃତ୍ୟ ପ୍ରଦର୍ଶନ କରାଯାଉଛି ।
ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ୫୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୩ ଟେକ୍ନିକାଲ ୟୁନିଟ୍ । ୧୦ ଅତିରିକ୍ତ ଡିସିପି, ୪୧ ଇନ୍ସପେକ୍ଟର, ୧୮୦ SI ମୁତୟନ ରହିଛନ୍ତି । ଦିନ ୨ଟା ପରଠୁ ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ରାସ୍ତା ସିଲ୍ କରାଯାଇଥିଲା ।
ସୂଚନାଥାଉ ଯେ, ଶନିବାର ତିନୋଟି ସ୍ଥାନରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ ।୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ ମୋଦି ପ୍ରଚାର ସଭା କରିବେ । ଦିନ ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେବେ । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଆଗକୁ ଓଡ଼ିଶାରେ ନିର୍ବାଚନ ଥିବାରୁ ବିଜେପିର ହେବିୱେଟ୍ ନେତାଙ୍କ ଓଡ଼ିଶା ଗସ୍ତକୁ ସରଗରମ ହୋଇଛି ରାଜନୈତୀକ ମାହୋଲ ।












Click it and Unblock the Notifications