Narendra Modi: ବିଚାର ବିମର୍ଶ ପରେ ବିଜେପି ଅଫିସରୁ ବାହାରିଲେ ପ୍ରଧାନମନ୍ତ୍ରୀ, ରାଜଭବନରେ ରାତ୍ରୀଯାପନ କରିବେ ମୋଦି

ବିଜେପି କାର୍ଯ୍ୟାଳୟରୁ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି । ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିଚାର ବିମର୍ଶ କଲେ ପ୍ରଧାନମନ୍ତ୍ରୀ ମୋଦି । ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସହ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଆଲୋଚନା । ବୈଠକ ପରେ ରାତ୍ରଭୋଜନ କରି ବିଜେପି ଅଫିସରୁ ବାହାରିଲେ । କଡ଼ା ସୁରକ୍ଷା ମଧ୍ୟରେ ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ । ରାଜଭବନରେ ରାତ୍ରୀଯାପନ କରିବେ ମୋଦି ।

ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ । ଓଡ଼ିଶାରେ ଦଳ କ୍ଷମତାକୁ ଆସିବା ପରେ କେତେ ପୂରଣ ହୋଇଛି ନିର୍ବାଚନୀ ପ୍ରତିଶ୍ରୁତି ? ସରକାର ଓ ସଂଗଠନ ମଧ୍ୟରେ କେମିତି ଆଗକୁ ରହିବ ସମନ୍ୱୟ? ଲୋକଙ୍କ ପାଖରେ କେତେ ପହଞ୍ଚିଛି ଡବଲ ଇଞ୍ଜିନ୍ ସରକାରର ଉପଲବ୍ଧି ?

Prime Minister Modi

ଓଡ଼ିଶାରେ ଆଗାମୀ ୨୫ବର୍ଷ ଧରି ଲମ୍ବା ଶାସନ ପାଇଁ କେମିତି ପଡ଼ିବ ମୂଳଦୁଆ? ଏସବୁ ସଂପର୍କରେ ଗୋଟି ଗୋଟି କରି ପଚାରି ବୁଝିବା ସହ ପରାମର୍ଶ ବି ଦେଇଛନ୍ତି ପ୍ରାଇମ ମିନିଷ୍ଟର । ଏହାବାଦ୍ ମନ୍ତ୍ରୀ ଓ ଜନ ପ୍ରତିନିଧିମାନଙ୍କ ରିପୋର୍ଟ କାର୍ଡର ବି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ- ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+