ମଧ୍ୟପ୍ରଦେଶରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରି ଖଜୁରାହୋ ଠାରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଶ୍ରୀ ମୋଦୀ ଏହି ଅବସରରେ ଦେଶର ପ୍ରଥମ ଆନ୍ତଃ ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପ ଅଧୀନରେ ଦେଶର ପ୍ରଥମ ମହତ୍ୱାକାଂକ୍ଷୀ ତଥା ବହୁମୁଖୀ କେନ୍‍ ଓ ବେଟୁୱା ନଦୀ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏହି ପ୍ରକଳ୍ପ ମାଧ୍ୟମରେ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ ଥିବା ୮ ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ୱ ପରିମିତ ଚାଷ ଜମିକୁ ଜଳସେଚିତ
କରାଯାଇପାରିବ । ଏଥିସହିତ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରାୟ ୪୪ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ । ସଂପୃକ୍ତ ଜିଲ୍ଲାର ୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାର ଏହାଦ୍ୱାରା ଉପକୃତ ହୋଇପାରିବେ ।

modi

ଏତଦ୍‍ବ୍ୟତୀତ ଏହି ପ୍ରକଳ୍ପ ମାଧ୍ୟମରେ ୧୦୩ ମେଗାୱାଟ୍‍ ଜଳବିଦ୍ୟୁତ୍‍ ଓ ୨୭ ମେଗାୱାଟ୍‍ ସୌରଶକ୍ତି ଉତ୍ପାଦନ ହୋଇପାରିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶର ପ୍ରଥମ ଓମ୍‍କାରେଶ୍ୱର ଭାସମାନ ସୌରପ୍ରକଳ୍ପର ଉଦ୍‍ଘାଟନ କରିବା ସହ ୧ ହଜାର ୧୫୩ ଅଟଳ ଗ୍ରାମ ସୁଶାସନ ଅଟ୍ଟାଳିକା ଲାଗି ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବି.ଜେ.ପି. ନିମନ୍ତେ ସୁଶାସନ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେ; ବରଂ ଏହା ତାଙ୍କ ସରକାରଙ୍କ ପରିଚୟ । ଅନ୍ୟ ଦଳ ସହ ତୁଳନା କରି ଶ୍ରୀ ମୋଦି କହିଛନ୍ତି, ବି.ଜେ.ପି. ସରକାର' ସୁଶାସନ ଏବଂ ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସେବା ଯୋଗାଇଦେବା ନିମନ୍ତେ କଠୋର ପରିଶ୍ରମ କରିଥାଏ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରି ଶ୍ରୀ ମୋଦି କହିଛନ୍ତି, ଅଟଳଜୀଙ୍କ ସୁଶାସନ ବ୍ୟବସ୍ଥା ଏବଂ ଉନ୍ନତ ସେବା ପ୍ରଦାନ କାର୍ଯ୍ୟ' ସର୍ବଦା ସମସ୍ତଙ୍କୁ ପ୍ରୋତ୍ସାହନ ଯୋଗାଇ ଥାଏ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ' ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+