ବିଶ୍ୱର ସର୍ବବୃହତ ଅଫିସ ଡାଇମଣ୍ଡ ବୋର୍ସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୁରଟ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରଟରେ ବିଶ୍ୱର ସର୍ବବୃହତ କମ୍ପେ୍ଲକ୍ସ ହବ୍ ଡାଇମଣ୍ଡ ବୋର୍ସର ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ହୀରା ଏବଂ ଅଳଙ୍କାର ବ୍ୟବସାୟ ପାଇଁ ଏହା ବିଶ୍ୱର ସର୍ବବୃହତ ଏବଂ ଆଧୁନିକ କେନ୍ଦ୍ର ହେବ । ରୁଗ୍ ଏବଂ ପଲିସ୍ ହୀରା ଏବଂ ଅଳଙ୍କାର ବାଣିଜ୍ୟ ପାଇଁ ଏହା ଏକ ବିଶ୍ୱସ୍ତରୀୟ ହବ୍ ହେବ । ଏଥିରେ ଆମଦାନୀ-ରପ୍ତାନି ପାଇଁ ଅତ୍ୟାଧୁନିକ 'କଷ୍ଟମ୍ସ କ୍ଲିୟରାନ୍ସ ହାଉସ୍', ଖୁଚୁରା ଅଳଙ୍କାର ବ୍ୟବସାୟ ତଥା ଆନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ୍ ଏବଂ ସୁରକ୍ଷିତ ଭାଲ୍ଟ ସୁବିଧା ପାଇଁ ଏକ ଅଳଙ୍କାର ମଲ୍ ଅନ୍ତର୍ଭୂକ୍ତ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରଟ ବିମାନବନ୍ଦରରେ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିଥିଲେ ପରେ । ପ୍ରଧାନମନ୍ତ୍ରୀ ମୋଦୀ ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନ କରିଥିଲେ । ଏହି ସମଗ୍ର କମ୍ପେ୍ଲକ୍ସର ନାମ ହେଉଛି ଡାଇମଣ୍ଡ ବୋର୍ସ ଯାହା ୬୭ ଲକ୍ଷ ବର୍ଗଫୁଟରେ ନିର୍ମିତ ହୋଇଛି । ଏହା ଆମେରିକାର ପେଣ୍ଟାଗନ୍ ଠାରୁ ବଡ ଅଟେ । ଏହି କମ୍ପେ୍ଲକ୍ସର ନାମ ହେଉଛି ଡାଇମଣ୍ଡ ବୋର୍ସ ଏବଂ ଏହା ୬୭ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଛି ।

ଏହାପୂର୍ବରୁ ପେଣ୍ଟାଗନ୍ ଦୁନିଆର ସବୁଠୁ ବଡ କମ୍ପଲେକ୍ସ ଥିଲା ।ସୁରଟ ଡାଇମଣ୍ଡ ସହର ଭାବରେ ଜଣାଶୁଣା । ଦୁନିଆର ପ୍ରାୟ ୯୦ ପ୍ରତିଶତ ହୀରା ଏଠାରେ କଟା ଯାଏ । ଏହି କାରଣରୁ ସୁରଟକୁ ଡାଇମଣ୍ଡ ସିଟି କୁହାଯାଏ । ବର୍ତ୍ତମାନ ୬୫ ହଜାରରୁ ଅଧିକ ବୃତ୍ତିଗତ କାରିଗର ଡାଇମଣ୍ଡ ବୋର୍ସରେ କାମ କରିବେ । ଏହି ବିଲ୍ଡିଂରେ ୪୭୦୦ ରୁ ଅଧିକ ଅଫିସ ଚଲାଯାଇପାରିବ, ଏଠାରେ ୧୩୧ ଟି ଲିଫ୍ଟ ସ୍ଥାପନ କରାଯାଇଛି ।












Click it and Unblock the Notifications