ମୋବାଇଲ କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସପ୍ତମ ଜାତୀୟ ମୋବାଇଲ କଂଗ୍ରେସ ପ୍ରଦର୍ଶନୀ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ବଡ଼ ବଡ଼ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ସାମିଲ୍ ହୋଇଥିବା ନେଇ ଖବର ରହିଛି । ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମ ସ୍ଥାନରେ ସ୍ଥାପିତ ଷ୍ଟଲ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଜେ ପ୍ରଧାନମନ୍ତ୍ରୀ ଦେଶର 100 ଟି ଶିକ୍ଷାନୁଷ୍ଠାନକୁ ଦିଆଯିବାକୁ 100 '5G ବ୍ୟବହାର କେସ୍ ଲ୍ୟାବ'କୁ ନେଇ ଘୋଷଣା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ। ତା'ପରେ ତାଙ୍କୁ ନୂତନ ଟେକ୍ନୋଲୋଜି ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ସେଠାରେ ରଖାଯାଇଥିବା ଡେମୋ ଗୁଡିକୁ ମଧ୍ୟ ପିଏମ ମୋଦି ଦେଖିଥିଲେ ।

ଟେଲିକମ୍ ଏବଂ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆର ମିଳିତ ଉଦ୍ୟମରେ ଦିଲ୍ଲୀର ପ୍ରଗତି ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହା ହେଉଛି ଇଣ୍ଡିଆ ମୋବାଇଲ୍ କଂଗ୍ରେସର ସପ୍ତମ ସଂସ୍କରଣ, ଯେଉଁଥିରେ 1 ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ 31ଟି ଦେଶର 1300 ରୁ ଅଧିକ ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି ।












Click it and Unblock the Notifications