Get Updates
Get notified of breaking news, exclusive insights, and must-see stories!

ପଧାନମନ୍ତ୍ରୀ ମୋଦୀଙ୍କୁ ମିଳିଛି ୧୪ ଟି ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ

ଦିଲ୍ଲୀ: ୨୦୧୪ ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ଦୁଇଥର ପ୍ରଧାନମନ୍ତ୍ରୀ ହେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ହେବାଠୁ ଆଜି ପର୍ଯ୍ୟନ୍ତ ୧୪ ଦେଶ ମୋଦିଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିଛନ୍ତି । ୧୪ ଦେଶ ବ୍ୟତୀତ ମିଳିତ ଜାତିସଂଘ ମଧ୍ୟ ତାଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି । ଗୁରୁବାର ଦିନ ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

highest national award.

ସେ ଆହୁରି କହିଛନ୍ତି ଯେ ୨୦୧୮ ରେ ମିଳିତ ଜାତିସଂଘର ସର୍ବୋଚ୍ଚ ସମ୍ମାନ ପୁରସ୍କାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି "ଭାରତର ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିବା ହେଉଛି ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ତାଙ୍କର ରାଜନୈତିକ କୌଶଳ ଏବଂ ତାଙ୍କର ନେତୃତ୍ୱ ଏହା ଦର୍ଶାଉଛି । ।" ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଶ୍ୱ ସ୍ତରରେ ଗ୍ଲୋବାଲ ସାଉଥକୁ ସ୍ୱର ଦେବା ତଥା ସଂଳାପ ମାଧ୍ୟମରେ ମାନବିକତା ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାରେ ଭାରତର ବିଶ୍ୱାସକୁ ଏହା ପ୍ରତିଫଳିତ କରୁଛି ।

ପ୍ରଧାନମନ୍ତ୍ରୀଙ୍କୁ କେଉଁ କେଉଁ ଦେଶ ଦେଇଛନ୍ତି ସମ୍ମାନ?

ଜୁଲାଇ ୨୦୨୩: ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଜିଅନ୍ ଅଫ୍ ଅନର ସମ୍ମାନରେ ସମ୍ମାନିତ କରିଥିଲେ
ଜୁନ୍ ୨୦୨୩: ଇଜିପ୍ଟରେ ନାଇଲ୍ ଅର୍ଡର ଅଫ ଅନର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ମଇ ୨୦୨୩: ପାପୁଆ ନ୍ୟୁ ଗିନି ଦ୍ୱାରା କଂପୋନିୟନ ଅର୍ଡ଼ର ଅଫ ଅନରରେ ସମ୍ମାନିତ କରାଯାଇଥିଲା ।
ମଇ ୨୦୨୩: ପିଜିରେ ମୋଦୀଙ୍କୁ କଂପୋନିୟନ ଅଫ ଦ ଅର୍ଡର ପଜିରେ ସମ୍ମାନିତ କରାଯାଇଥିଲା ।
ମଇ ୨୦୨୩: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଲା ରିପବ୍ଲିକ୍ ଦ୍ୱାରା ଆବାକାଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
୨୦୨୧: ଭୁଟାନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡ୍ରୁକ୍ ଗୟାଲପୋ ଅଫ ଅନର ସହ ସମ୍ମାନିତ କରିଥିଲେ ।
୨୦୨୦: ଆମେରିକା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଜିଅନ୍ ଅଫ୍ ମେରିଟ୍ ପୁରସ୍କାରରେ ସମ୍ମାନିତ କରିଥିଲା
୨୦୧୯: ବହାରେନ ଦ୍ୱାରା କିଙ୍ଗ ହେମାଦ୍ ଅର୍ଡର ଅଫ୍ ରେନେସ୍‌ରେ ପିଏମ ମୋଦୀଙ୍କୁ ସମ୍ମାନିତ ସମ୍ମାନିତ କରାଯାଇଥିଲା ।
୨୦୧୯: ମାଲଦ୍ୱୀପ ବି ଅର୍ଡ ଅଫ ଡିଷ୍ଟିଙ୍ଗଗେଡ଼ସ୍ ସ ସମ୍ମାନରେ ସମ୍ମାନିତ କରିଥିଲେ ।
୨୦୧୯: ରୁଷ ପିଏମ ମୋଦୀଙ୍କୁ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ପୁରସ୍କାରରେ ସମ୍ମାନିତ କରିଥିଲା ।
୨୦୧୯: ୟୁଏଇ ଦ୍ୱାରା ଅର୍ଡର ଅଫ୍ ଜାଏଡ୍ ପୁରସ୍କାରରେ ପିଏମ ମୋଦୀ ସମ୍ମାନିତ ହୋଇଛନ୍ତି ।
୨୦୧୮: ପ୍ରଧାନମନ୍ତ୍ରୀ ମୋଦୀ ଗ୍ରାଣ୍ଡ କଲର ଅଫ୍ ପାଲେଷ୍ଟାଇନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।
୨୦୧୬: ଆଫଗାନିସ୍ତାନ ଦ୍ୱାରା ମୋଦୀଙ୍କୁ ଷ୍ଟେଟ୍ ଅର୍ଡର ଅଫ୍ ଗାଜି ଆମୀର ଅମାନୁଲ୍ଲା ଖାନ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।
୨୦୧୬: ସାଉଦି ଆରବ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଅର୍ଡର ଅଫ ଅବଦୁଲାଜିଜ୍ ଅଲ ସାଉଦ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+