Get Updates
Get notified of breaking news, exclusive insights, and must-see stories!

Rojgar Mela 2023: ୫୧ ହଜାର ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରି, ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

Rojgar Mela 2023: ଶନିବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ନିଯୁକ୍ତି ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 51 ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ବର୍ତ୍ତମାନ ଚାକିରି ପାଇବା ସହଜ ହୋଇଯାଇଛି । ରୋଜଗାର ମେଳାର ଯାତ୍ରା ଏହି ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି । ଗତ ବର୍ଷ ଅକ୍ଟୋବରରେ ଆମେ ଏହି ମେଳା ଆରମ୍ଭ କରିଥିଲୁ । ସେବେଠାରୁ ବିଜେପି ଶାସିତ ରାଜ୍ୟଗୁଡ଼ିକ ରୋଜଗାର ମେଳାର ନିରନ୍ତର ଆୟୋଜନ କରାଯାଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଆଜି ବି 50 ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି। ସେହିରରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦୀପାବଳିକୁ ଆଉ କିଛି ସମୟ ବାକି ଅଛି ହେଲେ ନିଯୁକ୍ତି ପତ୍ର ଗ୍ରହଣ କରିଥିବା 50 ହଜାର ଯୁବକ-ଯୁବତୀଙ୍କ ପରିବାର ପାଇଁ ଏହା ଦୀପାବଳି ଉତ୍ସବ ଠାରୁ କମ୍ ନୁହେଁ ।

Rojgar Mela 2023

ଦେଶର ବିଭିନ୍ନ ରାଜ୍ୟ ତଥା ୟୁନିଅନ୍ ଅଞ୍ଚଳରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳା ଯୁବପିଢି ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ। ଯୁବକମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମ ସରକାର ନିରନ୍ତର କାର୍ଯ୍ୟ କରୁଛି । ଆମେ କେବଳ ରୋଜଗାର ଯୋଗାଉ ନାହୁଁ, ବରଂ ସମଗ୍ର ସିଷ୍ଟମକୁ ସ୍ୱଚ୍ଛ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛୁ । ଭାରତ ଯେଉଁ ଦିଗକୁ ଗତି କରୁଛି ଏବଂ ଯେଉଁ ବେଗରେ ଗତି କରୁଛି, ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗୁଜରାଟର କୁଚ୍ ଜିଲ୍ଲାର ପାକିସ୍ତାନ ସୀମାରେ ଅବସ୍ଥିତ ଧୋର୍ଡୋ ଗାଁକୁ ଜାତିସଂଘ ପକ୍ଷରୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ସମ୍ମାନିତ କରାଯାଇଛି। ଏହାପୂର୍ବରୁ କର୍ଣ୍ଣାଟକର ହୋଏସାଲା ମନ୍ଦିର ଏବଂ ପଶ୍ଚିମବଙ୍ଗର ଶାନ୍ତିନିକେତନ ୱାର୍ଲଡ ହେରିଟେଜର ମାନ୍ୟକା ମଳିଛି ।

ଆପଣମାନେ କଳ୍ପନା କରିପାରିବେ ଯେ ଏହା ପର୍ଯ୍ୟଟନ ଏବଂ ଅର୍ଥନୀତିର ବିସ୍ତାର ପାଇଁ ସମ୍ଭାବନାକୁ କେତେ ବୃଦ୍ଧି କରିଛି । ଯୁବ ଶକ୍ତି ଯେତେ ଶକ୍ତିଶାଳୀ ହେବ ସେତେ ଅଧିକ ଦେଶ ବିକାଶ କରିବ । ଦକ୍ଷତା ଏବଂ ଶିକ୍ଷା ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ଆଜି ଆମର ପ୍ରାୟସ ଜାରି ରିଖିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+