ଶାରଦୀୟ ନବରାତ୍ରିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଦେଶବାସୀଙ୍କୁ ଶାରଦୀୟ ନବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏକ୍ସ ପୋଷ୍ଟ କରି କହିଛନ୍ତି, ଆପଣଙ୍କ ସମସ୍ତଙ୍କୁ ନବରାତ୍ରିର ଶୁଭକାମନା । ସାହସ, ସଂଯମ ଏବଂ ସଂକଳ୍ପର ଭକ୍ତିଭାବରେ ଭରା ପବିତ୍ର ପର୍ବରେ ସମସ୍ତଙ୍କୁ ଜୀବନରେ ନୂଆ ଶକ୍ତି ଏବଂ ନୂଆ ବିଶ୍ବାସ ମିଳୁ । ଜୟ ମାତା ଦି ।

ସେ ଆହୁରି ମଧ୍ୟ କହିଛନ୍ତି, ନବରାତ୍ରିର ପ୍ରଥମ ଦିନରେ ଆଜି ମା' ଶୈଳପୁତ୍ରୀଙ୍କୁ ବିଶେଷ ପୂଜା ଅର୍ଚ୍ଚନାର ଦିନ । ମାତାଙ୍କ ସ୍ନେହ ଏବଂ ଆଶୀର୍ବାଦରେ ପ୍ରତ୍ୟେକଙ୍କ ଜୀବନ ସୌଭାଗ୍ୟ ଏବଂ ଆରୋଗ୍ୟରେ ପରିପୂର୍ଣ୍ଣ ହେଉ । ଏଥର ନବରାତ୍ରିର ଶୁଭ ମୁହୂର୍ତ୍ତ ବହୁତ ବିଶେଷ ହୋଇଥାଏ । ଜିଏସଟି ବଚତ୍ ଉତ୍ସବ ସହିତ ସ୍ବଦେଶୀ ମନ୍ତ୍ରରେ ନୂଆ ଉର୍ଜା ମିଳିବ । ଆସନ୍ତୁ, ବିକଶିତ ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ସିଦ୍ଧି ପାଇଁ ସାମୂହିକ ପ୍ରୟାସରେ ଯୋଡି ହେବା ।
ନବରାତ୍ରି ବିଶୁଦ୍ଧ ଭକ୍ତିର ପର୍ବ । ବହୁତ ଲୋକ ଏହି ଭକ୍ତିର ସଂଗୀତ ମାଧ୍ୟମରେ ବ୍ୟକ୍ତ କରନ୍ତି । ପଣ୍ଡିତ ଜସରାଜ ଜୀଙ୍କ ଦ୍ବାରା ରଚିତ ଏକ ଭାବପୂର୍ଣ୍ଣ ଭଜନ ଆପଣଙ୍କ ସହିତ ସେୟାର କରୁଛି । ଯଦି ଆପଣ କୌଣସି ଭଜନ ଗାଇଛନ୍ତି କିମ୍ବା ପସନ୍ଦ ଆସୁଛି, ତେବେ ମୋ ସହିତ ସେୟାର କରନ୍ତୁ । ମୁଁ ଆଗାମୀ ଦିନରେ ଏହାକୁ ପୋଷ୍ଟ କରିବି ।












Click it and Unblock the Notifications