Get Updates
Get notified of breaking news, exclusive insights, and must-see stories!

ଡିପଫେକ୍ ଦେଶ ପାଇଁ ଏକ ବଡ଼ ସମସ୍ୟା, ଚିନ୍ତାପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: AI ଜରିଆରେ ଅନେକ ସେଲିବ୍ରିଟିଙ୍କର ଫେକ୍ ଫଟୋ ଏବଂ ଭିଡିଓ ତିଆରି କରାଯାଉଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ନିକଟରେ ରଶ୍ମିକା ମନ୍ଦାନ, କଟ୍ରିନା କୈଫ୍, କାଜୋଲଙ୍କ ପରି ଅଭିନେତ୍ରୀଙ୍କର ଫେକ୍ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଥିଲା । ଯାହା ଏବେ ସମସ୍ତଙ୍କ ଚିନ୍ତା ବଢାଇଛି । ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଡିପଫେକରୁ ବର୍ତ୍ତି ନାହାଁନ୍ତି ।

ନିକଟରେ ଦୀପାବଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଗୀତ ଗାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ଏଆଇ ଡିପଫେକ୍ ଦ୍ୱାରା ପ୍ରସ୍ତୁତ କରାଯାଥିଲା । ବର୍ତ୍ତମାନ ଡିପଫେକକୁ ଚିନ୍ତାପ୍ରକଟ କରିଛନ୍ତି ମୋଦି । ଏନେଇ ଲୋକମାନଙ୍କୁ ଏବଂ ଗଣମାଧ୍ୟମକୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

modi

ଏପରି ଡିପଫେକର ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ ଏବଂ ମାମଲା ରୁଜୁ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଡିପଫେକ ଆମ ସମସ୍ତଙ୍କ ପ୍ରତି ଦିନେ ବଡ଼଼ ସମସ୍ୟା ସୃଷ୍ଟି କରିବ । ମିତ୍ୟା ତଥ୍ୟ ଏବଂ ମନ୍ଦ ଉଦ୍ଦେଶ୍ୟରେ ଏପରି ଡିପଫେକ ଭିଡିଓ ତିଆରି କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦି କହିଛନ୍ତି, ନିକଟରେ ମୁଁ ଏପରି ଏକ ଭିଡିଓ ଦେଖିଲି ଯେଉଁଥିରେ ମୁଁ ଗରବା ଗୀତ ଗାଉଛି । ଗୋଟେ ନୁହେଁ ଏପରି ଅନେକ ଭିଡିଓ ଆଜିକା ତାରିଖରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକେ ଏହାକୁ ସେୟାର ମଧ୍ୟ କରୁଛନ୍ତି, ଯାହା ଖୁବ ଭାଇରାଲ ହେଉଛି । ହେଲେ ଏହା ଏକ ଫେକ୍ ଭିଡିଓ, ଏହା ଏକ ଡିପଫେକ ଭିଡିଓ ।ଏହା ଆମ ପାଇଁ ଏକ ସମସ୍ୟା ସୃଷ୍ଟି କିପାରେ ।

ସୂଚନାଥାଉଯେ, ନିକଟେରେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଏକ ଫେକ୍ ଭିଡିଓ ଭାଇରାଲ ହୋଇଥିଲା ଯାହା ପରେ ସାରା ତେନ୍ଦୁଲକର, କ୍ୟାଟ୍ରିନା କୈଫ ଏବଂ ଆଜି କାଜୋଲଙ୍କର ଏକ ଡିପଫେକ୍ ଭିଡିଓ ମଧ୍ୟ ଭାଇରାଲ ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+